ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ, ୨ ଆହତ

21

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମର୍ଣ୍ଣିଂ ୱାର୍କ କରିବା ବେଳେ ପଛପଟୁ ଧକ୍କା ଦେଇ ଫେରାର ହୋଇଛିଯାଇଛି ଅଜଣାଗାଡି । ଦୁର୍ଘଟଣାକୁ ନେଇ କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ଉତେଜନା ଦେଖାଦେଇଛି । ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ କଳିଙ୍ଗ ଷ୍ଟାଡିୟମ ଗେଟ ଖୋଲିବା ପାଇଁ ଦାବି କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଗତ କିଛି ଦିନ ହେବ କଳିଙ୍ଗ ଷ୍ଟାଡିୟମ ଗେଟ୍ ବନ୍ଦ ହେବା ଯୋଗୁଁ ଲୋକେ ରାସ୍ତାକଡରେ ମର୍ଣ୍ଣିଂ କରୁଛନ୍ତି । ଯାହାର ପରିଣାମ ଆଜି ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ସେହିପରି ସତ୍ୟବାଦୀରେ ଏକ ଦୁର୍ଘଟଣା ଘଟିଛି । ଏମିିତି ବି ଆସେ ମୃତ୍ୟୁ । ଶବଦାହ କରି ଫେରିବା ବାଟରେ ପାଲଟିଗଲେ ଶବ । ସ୍ୱାର୍ଗଦ୍ୱାରରୁ ଶବଦାହ କରି ଫେରିବାର ବାଟରେ ଦୁର୍ଘଟଣା । ଅଟୋକୁ ଚାପି ଦେଲା ଟ୍ରକ । ପୁରୀ ସତ୍ୟବାଦୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ସତ୍ୟବାଦୀର ଶୁକଳ ଛକରେ ଏହି ଦୁର୍ଘଟଣା ଘଟିଛି । ସ୍ୱର୍ଗଦ୍ୱାରରୁ ଶବ ସକ୍ରାର ସାରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି ।