ମା ନାହିଁ କି ବାପା ନାହିଁ : ଅସହାୟ ୭ବର୍ଷର କୁନି ଝିଅ ଉପରେ ଦାଉସାଜିଲେ ସମ୍ପର୍କୀୟ ଭାଉଜ, ଚାଳ ଉପରକୁ ଫିଙ୍ଗି ଅଣ୍ଟା ହାଡ଼ ଭାଙ୍ଗି ଦେଲେ

93

କନକ ବ୍ୟୁରୋ : ଅସହାୟ କୁନି ଝିଅ ଉପରେ ଅକଥନୀୟ ଅତ୍ୟାଚାର । ମା ନାହିଁ ଆଉ ଶେଷରେ ବାପା ମଧ୍ୟ ଆରପାରିକୁ ଚାଲିଗଲେ । କଟକର ଚୌଦ୍ୱାରା ବ୍ଲକ ଅନ୍ତର୍ଗତ ଶଙ୍କରମଠ ସାହିର ଘଟିଛି ଅଭାବନୀୟ ଘଟଣା । ଅସହାୟ ୭ ବର୍ଷିୟ ଝିଅ ଉପରେ ଦାଉ ସାଜିଛନ୍ତି ସମ୍ପର୍କୀୟ ଭାଉଜ । ମାଡ଼ ମାରିବା ସହ ଦେଉଛନ୍ତି ଅକକଥୀୟ ନିର୍ଯାତନା ।

କଥାରେ ଅଛି ଦୁଃଖ ଆସିଲେ ଭାଇ ବନ୍ଧୁ କୁଟୁମ୍ବ ନେଇ ଆସେ । ଆଉ ଏପରି ହୋଇଛି ଟାଙ୍ଗୀ ଚୈଦ୍ୱାର ବ୍ଲକ ଅନ୍ତର୍ଗତ ଶଙ୍କରପୁରୁ ମଠ ସାହିରେ କୁନି ଝିଅ ତୁଳସୀ ସହ । ମଠସାହିର ସୋମନାଥ ଦେହୁରୀଙ୍କର ଏକମାତ୍ର ୭ବର୍ଷର ଝିଅ ତୁଳସୀ । ମା’ର ମୃତ୍ୟୁ ହୋଇସାରିଛି । ବାପା ସବୁବେଳେ ରୋଗଶଯ୍ୟାରେ ପଡ଼ିରହୁଥିଲେ । ଆଉ ଗତକାଲି ବାପା ମଧ୍ୟ ଛାଡ଼ି ଚାଲିଗଲେ । ଅସହାୟ ତଳୁସୀ ପାଇଁ ସାହାରା ପାଲିଟିଥିଲେ ବଡ଼ମାଡ, ଭାଇ, ଭାଉଜ । ହେଲେ ଯାହାକୁ ତୁଳସୀ ସାହାରା ଭାବିଥିଲା ସେମାନେ ଅକଥନୀୟ ଅତ୍ୟାଚାର କରୁଥିଲେ । ଘର କାମ କରିବା ପାଇଁ ସମ୍ପର୍କୀୟ ଭାଉଜ ତୁଳସୀକୁ ସବୁବେଳେ ମାଡ଼ ମାରୁଥିଲେ । ସ୍କୁଲ ଯିବା କଥା କହିଲେ ମଧ୍ୟ କୁନି ତୁଳସୀ ଉପରେ ଚାଲେ ଅକଥନୀୟ ଅତ୍ୟାଚାର । ତେବେ ଗତକାଲି କାମ ନକରିପାରିବାରୁ ତୁଳସୀର ସମ୍ପର୍କୀୟ ଉାଉଜ ଚାଳ ଉପରକୁ ଫିଙ୍ଗି ଦେଇଥିଲେ । ଯଦ୍ୱାରା ତୁଳସୀର ଅଂଟା ଭାଙ୍ଗିଯିବା ସହ ଓ ପିଠିରେ ପ୍ରବଳ ଆଘାତ ଲାଗିଛି ।

ସାହାରା ପାଲଟିଥିବା ଲୋକମାନେ ଏତେ ନିର୍ଦ୍ଦୟ ହୋଇଗଲେ ଯେ ଗୁରୁତର ତୁଳସୀକୁ ମେଡ଼ିକାଲ ମଧ୍ୟ ନେଲେନାହିଁ । ଘଟଣା ବିଷୟରେ ଜାଣିବା ପରେ ସେହି ଗ୍ରାମର ମଧୂସୁଦନ ବେହରୋ ନାମକ ଜଣେ ବ୍ୟକ୍ତି ତୁଳସୀକୁ ନେଇ ମେଡ଼ିକାଲ ଯାଇଥିଲେ । ମଧୂସୁଦନଙ୍କ କହିବା ଅନୁସାରେ ସେ ତୁଳସୀର ଘର ଦେଇ ଯାଉଥିଲେ । ଆଉ ସେଠାରେ ଲୋକମାନେ କଥା ହେବାର ଶୁଣିବାକୁ ପାଇଲେ କି ଆଉ ଦୁଇ ଚାରି ଦିନ ପରେ ପିଲାଟି ମରିଯିବ । ସେ ଗଲାବେଳକୁ ତୁଳସୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଘର କୋଣରେ ପଡ଼ିରହିଥିଲା ।

ମେଡ଼ିକାଲ ନେବା ପରେ ତୁଳସୀର ଅବସ୍ଥା ଭଲ ନାହିଁ କହି ଡାକ୍ତର କଟକ ନେବା ପାଇଁ କହିଥିଲେ । କଥାଟି ପ୍ରଘଟ ହେବାପରୋ ଚୈଦ୍ୱାର ପୁଲିସ ଓ ସ୍ୱେଛାସେବୀ ସଙ୍ଗଠନ ପହଂଚି ତୁଳସୀକୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ପଠାଇଥିଲେ । ତେବେ ତୁଳସୀର ଭାଉଜକୁ ଚୌଦ୍ୱାର ପୁଲିସ ଗିରଫ କରିଛି ।