କନକ ବ୍ୟୁରୋ : କଟକରେ ମହାନଦୀ ବସ୍ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ୱିଟ୍ କରି ପୋଲିସ ଡିଜି ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସନ୍ଧ୍ୟାରେ ଏକ ମଇଁଷିକୁ ଧକ୍କାଦେବା ପରେ ବସଟି ମହାନଦୀ ଭିତରକୁ ଖସିପଡିଥିବା ଜଣାପଡିଛି ।
ଦୁର୍ଘଟଣାରେ ୨୦ ରୁ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ତାଳଚେରରୁ ଭୁବନେଶ୍ୱର ଆସୁଥିବା ବେଳେ ବସଟି ମହାନଦୀ ବ୍ରିଜ୍ ଉପରୁ ଭାରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡିଛି । ଘଟଣାସ୍ଥଳରେ ଅଗ୍ନିଶମ, ଓସଡମା ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ପୋଲ ଉପରେ ମଇଁଷିକୁ ଧକ୍କା ଦେବା ପରେ ବସଟି ପ୍ରାୟ ୩୦ ଫୁଟ ତଳକୁ ଖସି ପଡିଛି । ତେବେ ବସ୍ଟି ମହାନଦୀ ଭିତରେ ଥିବା ଏକ ବାଲି ସ୍ଥାନରେ ପଡି ରହିଛି । ଚାରିଆଡେ ପାଣି ରହିଥିବାରୁ ଉଦ୍ଧାର କାର୍ଯାରେ ବାଧା ଦେଖାଦେଖାଦେଇଥିଲା ।
ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଆଜି ସଂଧ୍ୟାରେ ‘ଜଗନ୍ନାଥ’ ନାମକ ବସ(OD 35 A 0211)ଟି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଅନୁଗୁଳ ତାଲଚେରରୁ କଟକ ଆସିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସଟି ଅପରାହ୍ଣ ୨ଟା ୪୫ରେ ତାଳଚେରୁ ବସଟି ଛାଡିଥିଲା ।
ତେବେ ବସଟି ମଇଁଷିକୁ ଧକ୍କା ଦେଇ ବ୍ରିଜର ବାଡ ଭାଙ୍ଗି ମହାନଦୀ ପୋଲରୁ ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା । ସେପଟେ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/BUS_.jpg)
/kanak/media/post_attachments/wp-content/uploads/2018/11/BUS_001081111-1-300x180.jpg)
/kanak/media/post_attachments/wp-content/uploads/2018/11/BUS_00108123-300x180.jpg)
/kanak/media/post_attachments/wp-content/uploads/2018/11/Screen-shot-2018-11-20-at-9.05.48-PM-300x165.png)
/kanak/media/post_attachments/wp-content/uploads/2018/11/Screen-shot-2018-11-20-at-9.06.38-PM-300x164.png)