ଖାଦ୍ୟରେ ସାମିଲ କରନ୍ତୁ ଏହି ୫ ଟି ଜନିଷ ! କର୍କଟ ରୋଗରୁ ମିଳିବ ମୁକ୍ତି

119

କ୍ୟାନସର ବା କର୍କଟ ଏମିତି ଏକ ରୋଗ ଯାହାର କୌଣସି ଉପଚାର ନାହିଁ । ଧୀରେ ଧୀରେ କ୍ୟାନସର ମହାମାରୀ ରୂପ ନେବାକୁ ବସିଲାଣି । ଆରମ୍ଭରୁ କ୍ୟାନସର ରୋଗ ଚିହ୍ନଟ ହେଲ ହିଁ ରୋଗର ଉପଚାର ସମ୍ଭବ । କିନ୍ତୁ ଏହାର ଚିକିତ୍ସା ଏତେ ମହଙ୍ଗା ଯେ ସମସ୍ତେ ଏହି ରୋଗ ପାଇଁ ଖର୍ଚ୍ଚ ବହନ କରି ପାରୁନାହାନ୍ତି । ସେଥିପାଇଁ ଆମକୁ ଆଗରୁ ସଚେତନ ରହିବା ଜରୁରୀ । ବିଶେଷଜ୍ଞଙ୍କ କହିବା ଅନୁସାରେ ଆପଣ ନିଜ ଖାଦ୍ୟଶୃଙ୍ଖଳରେ କିଛି ସୁଧାର ଆଣି କ୍ୟାନସରର ଆଶଙ୍କାକୁ କମ କରିପାରିବେ ।

୧. ବ୍ରୋକଲି- ବ୍ରୋକଲି ଖାଇବା ଦ୍ୱାରା କ୍ୟାନସରର ଆଶଙ୍କା କମିଯାଏ । ଏହା ଖାଇବା ଦ୍ୱାରା ମୁଖ କର୍କଟ, ସ୍ତନ କର୍କଟ, ଓ ଯକୃତ କର୍କଟ ରୋଗର ଆଶଙ୍କା କମିଯାଏ । ସପ୍ତାହରେ ୨/୩ ଥର ବ୍ରୋକଲି ଖାଇବା ଉଚିତ ।

୨.ଗ୍ରୀନ ଟି– ଗ୍ରୀନ ଟି ପିଇବା ଦ୍ୱାରା କର୍କଟ ରୋଗର ଆଶଙ୍କା କମିଯାଏ । ଏହା ସ୍ତନ କର୍କଟ ଓ ପ୍ରୋଷ୍ଟେଟ କର୍କଟରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ନିୟମିତ ରୂପେ ୨/୩ କପ୍ ଗ୍ରୀନ ଟି ପିଇବା ଲାଭପ୍ରଦ ସାବ୍ୟସ୍ତ ହୁଏ ।

୩.ଟମାଟୋ- ଟମାଟୋରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଯାହା ଆମର ଶରୀରର ପ୍ରତିଶେଧକ ପ୍ରକିୟାକୁ ତ୍ୱରାନ୍ୱିତ କରିଥାଏ । ଟମାଟୋରେ ଭିଟାମିନ ଏ, ସି ଓ ଇ ଭରପୁର ମାତ୍ରାରେ ଥାଏ । ଏହା ସ୍ତନ କର୍କଟ ରୋକିବାର ଏକ ଭଲ ଉପାୟ ।

୪.ଅଦା- ଅଦା ମଧ୍ୟ ଅନେକ ପ୍ରକାର କ୍ୟାନସରରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଅଦା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଅଦା ସେବନ କରିବା ଦ୍ୱାରା ଚର୍ମ କର୍କଟ ଓ ସ୍ତନ କର୍କଟର ଆଶଙ୍କା ବହୁ ପରିମାଣରେ କମିଯାଏ ।