କଡ଼ା ପହରା ସତ୍ୱେ ଭାରତରେ ପଶିଲେ ଆଇଏସଆଇ ଏଜେଣ୍ଟ ସମେତ ୪ ଆତଙ୍କବାଦୀ : ରାଜସ୍ଥାନ-ଗୁଜରାଟ ବର୍ଡ଼ର ସମେତ ପୁରା ଦେଶରେ ହାଇଆଲେର୍ଟ

773

କନକ ବ୍ୟୁରୋ : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବି ଭାରତକୁ ପଶିଆସିଲେ ଆତଙ୍କବାଦୀ । ଭାରତକୁ ପଶିଆସିଛନ୍ତି ୪ ଆତଙ୍କବାଦୀଙ୍କ ସହ ଜଣେ ଆଇଏସଆଇ ଏଜେଣ୍ଟ । ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏଜେଣ୍ଟ ଭାରତକୁ ଆସିଥିବାରୁ ଏବେ ରାଜସ୍ଥାନ ଓ ଗୁଜୁରାଟ ସହ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ରାଜସ୍ଥାନ ପୁଲିସ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ଆତଙ୍କବାଦୀ ଓ ଏଜେଣ୍ଟ ଆଫଗାନିସ୍ତାନ ପାସପୋର୍ଟ ମାଧ୍ୟମରେ ଭାରତକୁ ପଶିଆସିଛନ୍ତି। ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନର ପାସପୋର୍ଟ ଜରିଆରେ ଭାରତରେ ପ୍ରବେଶ କରିଛନ୍ତି ବୋଲି ଅନୁମାନ କରାଯାଉଛି ।

ଭିଡ଼ ଅଞ୍ଚଳ ସହ ରେଳ ଷ୍ଟେସନ, ବସଷ୍ଟାଣ୍ଡରେ ଛାନଭିନ କରାଯିବା ସହ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ବିମାନବନ୍ଦରରେ କଡା ଯାଞ୍ଚ କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ପୁଲିସକୁ ଖବର ଦେବାକୁ କୁହାଯାଇଛି ।  ଏଠାରେ ସୂଚନା ଥାଉ କି ଗୁଇନ୍ଦା ସଂସ୍ଥା ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି କି, ଯେ କୌଣସି ମୂହୁର୍ତ୍ତରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ସୁଯୋଗ ପାଇଲେ ଜମ୍ମୁ-କଶ୍ମୀର ଉପତ୍ୟାକାରେ ଅସ୍ଥିରତା ସୃଷ୍ଟି କରି ପାରନ୍ତି ।

ଏହି କ୍ରମରେ ଗୁଇନ୍ଦା ବିଭାଗ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଓ ଜମ୍ମୁକଶ୍ମୀରରେ ମହଜୁଦ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି । ଯାହାଫଳରେ ଏବେ ଜାମ୍ମୁକାଶ୍ମୀରରେ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବାରୁ ଦେଶର ଅନ୍ୟ ଅଂଚଳରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ଯୋଜନା କରିଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୯ରେ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, ପାକିସ୍ତାନୀ ସମର୍ଥିତ ଜେହାଦୀ ଆତଙ୍କବାଦୀ ଗୋଷ୍ଠୀ ଜମ୍ମୁ କଶ୍ମୀରରେ ପ୍ରବେଶ କରିଛନ୍ତି ।