ମହିଳାଙ୍କ ପାଇଁ ରେଳବାଇର ଉପହାର ! ୩୬ଟି ଟ୍ରେନରେ ଲାଗିଲା ୯୧ଟି ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍

172

ପୂର୍ବତଟ ରେଳବାଇ ଟ୍ରେନରେ ସ୍ୱଚ୍ଛାତା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ୩୬ଟି ଟ୍ରେନରେ ୯୧ଟି ସାନିଟାରୀ ପ୍ୟାଡ଼ର ଭେଣ୍ଡିଂ ମେସେିନ ଲଗାଇଛନ୍ତି । ଏହି ଟେନ୍ ଗୁଡ଼ିକ ମୁଖ୍ୟତଃ ପୁରୀ, ଭୁବନେଶ୍ୱର ଓ ବିଶାଖାପାଟନମରେ ଚଳାଚଳ କରନ୍ତି । ରେଳ ଯାତ୍ରୀମାନଙ୍କ ଚାହିଦା ଓ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ ପ୍ରତି ମହିଳା ଯାତ୍ରୀଙ୍କ ସକରାତ୍ମକ ଅନୁଭୂତିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏପରି ପଦକ୍ଷେପ ନେଇଛି ।

https://www.thenewsminute.com

ପୂର୍ବତଟ ରେଳପଥ ପକ୍ଷରୁ ପୂର୍ବତଟ ରେଳପଥର ପରିସୀମା ଯଥା ପୁରୀ, ଭୁବନେଶ୍ୱର ଓ ବିଶାଖାପାଟଣାରୁ ଛାଡୁଥିବା ୩୬ଟି ଗୁରୁତ୍ୱପୂର୍ଣ ଟ୍ରେନ୍ର ବିଭିନ୍ନ କୋଚ୍ ଗୁଡ଼ିକରେ ସମୁଦାୟ ୯୧ଟି ସାନିଟାରି ନାପକିନ୍ ଭେଣ୍ଡିଙ୍ଗ ମେସିନ ଯୋଗାଇ ଦିଆଯାଇଛି । ଟ୍ରେନଗୁଡ଼ିକରେ ଅଧିକ ସଂଖ୍ୟକ ସାନିଟାରି ନାପକିନ ଭେଣ୍ଡିଙ୍ଗ ମେସିନ ଉପଲବ୍ଧ କରାଇବାରେ ପୂର୍ବତଟ ରେଳପଥ ଭାରତୀୟ ରେଳବାଇରେ ପ୍ରଥମ ରେଳପଥ ହୋଇଛି । ‘ସ୍ବଚ୍ଛ ରେଳ – ସ୍ବଚ୍ଛ ଭାରତ’ ଅଭିଯାନର ଏକ ଅଂଶ ଭାବେ ରେଳବାଇ ପ୍ରତି ଯାତ୍ରୀମାନଙ୍କ ସକରାତ୍ମକ ମନୋଭାବ ବୃଦ୍ଧି କରାଇବା ଉଦ୍ଦେଶ୍ୟ ସହିତ ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପୂର୍ବତଟ ରେଳପଥ ପ୍ରୟାସ କରୁଛି।

ପ୍ରତିଟି ନାପକିନର ମୂଲ୍ୟ ୫ ଟଙ୍କା ରହିଛି । ଯାତ୍ରୀମାନେ ୫ ଟଙ୍କିଆ ମୁଦ୍ରାକୁ ମେସିନ ମଧ୍ୟରେ ପକାଇଲେ ନାପକିନ୍ ମେସିନରୁ ଖଣ୍ଡେ ନାପକିନ ପାଇପାରିବେ । ପ୍ରତିଟି ମେସିନରେ ପ୍ରାୟ ୭୫ଟି ନାପକିନ ରଖାଯାଇଛି ।