ବଢୁଛି ଗଞ୍ଜେଇ ଚାଷ : ୩ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ୟର ୩୧୦ ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ

179

କନକ ବ୍ୟୁରୋ : ବଢୁଛି ଗଞ୍ଜେଇ ଚାଷ । ବୁଧବାର ଭୋର୍‌ ସମୟରେ ଆଠମଲ୍ଲିକ ଅବକାରୀ ବିଭାଗ, ଠାକୁରଗଡ଼ ପୁଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଅଭିଯାନରେ ଚଢ଼ାଉ କରାଯାଇ ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବଡ଼ଦାଦର ଜଙ୍ଗଲର ନାଳଖଣ୍ଡିରେ ୩୧୦ଟି ଗଞ୍ଜାଇଗଛ ନଷ୍ଟ କରି ଦିଆଯାଇଛି  ।

ବଡ଼ଦାଦର ଜଙ୍ଗଲରେ ୧୨ ସେସିମିଲ୍‌ ଜମିରେ ଗଞ୍ଜାଇଚାଷ କରାଯାଇଥିବା ଖବର ବିଶେଷସୂତ୍ରରୁ ପାଇ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଗଛଗୁଡ଼ିକୁ ଜମିରୁ ଉପାଡ଼ି ଦେଇଥିଲେ । ପରେ ସେଗୁଡ଼ିକୁ ଗଦାମାରି ପୋଡ଼ି ଦିଆଯାଇଛି । ପୋଡ଼ି ନଷ୍ଟ କରିଦିଆଯାଇଥିବା ଗଞ୍ଜାଇଗଛଗୁଡ଼ିକର ମୂଲ୍ୟ ୩ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।