କନକ ବ୍ୟୁରୋ : ବଢୁଛି ଗଞ୍ଜେଇ ଚାଷ । ବୁଧବାର ଭୋର୍ ସମୟରେ ଆଠମଲ୍ଲିକ ଅବକାରୀ ବିଭାଗ, ଠାକୁରଗଡ଼ ପୁଲିସ ଓ ସ୍ଥାନୀୟ ପ୍ରଶାସନର ମିଳିତ ଅଭିଯାନରେ ଚଢ଼ାଉ କରାଯାଇ ଅନଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବଡ଼ଦାଦର ଜଙ୍ଗଲର ନାଳଖଣ୍ଡିରେ ୩୧୦ଟି ଗଞ୍ଜାଇଗଛ ନଷ୍ଟ କରି ଦିଆଯାଇଛି ।
ବଡ଼ଦାଦର ଜଙ୍ଗଲରେ ୧୨ ସେସିମିଲ୍ ଜମିରେ ଗଞ୍ଜାଇଚାଷ କରାଯାଇଥିବା ଖବର ବିଶେଷସୂତ୍ରରୁ ପାଇ ବିଭାଗୀୟ କର୍ମଚାରୀମାନେ ସେଠାରେ ପହଞ୍ଚି ଗଛଗୁଡ଼ିକୁ ଜମିରୁ ଉପାଡ଼ି ଦେଇଥିଲେ । ପରେ ସେଗୁଡ଼ିକୁ ଗଦାମାରି ପୋଡ଼ି ଦିଆଯାଇଛି । ପୋଡ଼ି ନଷ୍ଟ କରିଦିଆଯାଇଥିବା ଗଞ୍ଜାଇଗଛଗୁଡ଼ିକର ମୂଲ୍ୟ ୩ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/12/cannabis-1-750x430.jpg)