ପ୍ରଚଣ୍ଡ ଗରମ, ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି : ବିହାରରେ ଗୋଟିଏ ଦିନରେ ଅଂଶୁଘାତରେ ୩୦ ମୃତ

89

କନକ ବ୍ୟୁରୋ : ପ୍ରବଳ ତାତି ଓ ଗୁଳିଗୁଳିରେ ଘାଣ୍ଟି ହେଉଛନ୍ତି ଦେଶବାସୀ । ସାରା ଦେଶରେ ଖରା ଝାଞ୍ଜି ଲୋକଙ୍କୁ ନୟାନ୍ତ କରିସାରିଲାଣି । ସକାଳ ୭ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଦିନ ସାରା ଶରୀରରୁ ଗମ୍ ଗମ୍ ଛାଳି ବୋହିବାରେ ଲାଗିଛି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଦିନକୁ ଦିନ ତାପମାତ୍ରା ବୃଦ୍ଧି ଯୋଗୁଁ ଦେଶରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବିହାରରେ ଅଂଶୁଘାତରେ ଗୋଟିଏ ଦିନରେ ୩୦ ଜଣ ପ୍ରାଣ ହରାଇଛନ୍ତି ।

ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ବିହାରରେ ଅଂଶୁଘାତରେ ୩୦ଜଣ ମୃତ । ବିହାର ଔରଙ୍ଗାବାଦରେ ହିଁ କେବଳ ଅଂଶୁଗାତରେ ୨୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ୩୦ ଜଣ ଲୋକ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ସେଥିମଧ୍ୟରୁ ୧୦ ଜଣଙ୍କର ସ୍ଥିତି ଗମ୍ଭୀର ରହିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଂଶୁଘାତଜନିତ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାଏଁ ସହାୟତା ଘୋଷଣା କରିଛନ୍ତି ବିହାର ସରକାର ।

ପାଟଣା ପାଣିପାଗ କେନ୍ଦ୍ର ଅନୁସାରେ ମଧ୍ୟ ଓ ଦକ୍ଷିଣ ବିହାରର ଅନେକ ଜିଲ୍ଲାରେ ୧୮ ଜୁନ ପର୍ଯ୍ୟନ୍ତ ଜାରି ରହିବ । ଔରଙ୍ଗାବାଦ ଡାକ୍ତରଙ୍କ ଅନୁସାରରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଅଂଶୁଗାତ ରୋଗୀଙ୍କ ସଂଖ୍ୟା ବଢ଼ଛି । ତେବେ ପାଟଣା ସରକାର ଏଦିଗରେ କଡ଼ା ନଜର ରଖିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।