ରାଜସ୍ଥାନର ମାଙ୍ଗରୌଲ ତହସିଲର ଛୋଟ ଗାଁ ବମୌରୀକଲାଂ । ଏହି ଗାଁର ଯୋଗେଶ ନାଗର ବିଏସସିର ଦ୍ୱିତୀୟ ବର୍ଷ ଛାତ୍ର । ମାତ୍ର ୨୦ ବର୍ଷ ବୟସରେ ସେ ପ୍ରାୟ ୩୦ ଟି ଆବିଷ୍କାର କରିସାରିଛନ୍ତି । ତଥାପି ସ୍ପପ୍ନ ତାଙ୍କର ପୂରଣ ହୋଇଛି । ଆହୁରି ଅଧିକ କିଛି କରିବା ପାଇଁ ସେ ସବୁବେଳେ ଚେଷ୍ଟାରତ । ତାଙ୍କର ସବୁଠାରୁ ବଡ଼ ଆବିଷ୍କାର ହେଲା ଚାଳକ ବିହୀନ ଟ୍ରାକ୍ଟର । ଆଉ ଯାହାର ଚର୍ଚ୍ଚା ଏବେ କେବଳ ଆମ ଦେଶ ଭାରତରେ ନୁହେଁ ବରଂ ଲଣ୍ଡନେ ଡିସକଭରି ଚ୍ୟାନେଲରେ ମଧ୍ୟ ହେଉଛି । ଯୋଗେଶ ଏବେ ଭାରତୀୟ ସେନା ପାଇଁ ମଲ୍ଟିପିର୍ପସ ବାହନ ତିଆରି କରିବା ପାଇଁ ଚାହୁଛନ୍ତି । ଆଉ ଏଥିପାଇଁ ସେ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ମୋବାଇଲରେ ଅପରେଟ୍ ହେଉଥିବା ଚାଳକବିହୀନ ଟ୍ରାକ୍ଟରର ଭିଡ଼ିଓକୁ ଯୋଗଶଙ୍କ ସାଙ୍ଗମାନେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଆଉ ଏହାପରେ ଲଣ୍ଡନର ଏକ ଖବରକାଗଜ ଯୋଗେଶଙ୍କ ସହ ସମ୍ପର୍କ କରିଥିଲେ ଓ ତାଙ୍କ କାମକୁ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଯୋଗେଶ ଏବେ ପର୍ଯ୍ୟନ୍ତ ହୋମ ସିକ୍ୟୁରିଟି ସିଷ୍ଟମ, ବିଜୁଳି ବଂଚାଇବା ଉପକରଣ, ଟଚ ସ୍କ୍ରିନ୍ କୁଲର, ଇକୋ ଏସି ଆଦି ତିଆରି କରିସାରିଛନ୍ତି । ତେବେ ସେ ତିଆରି କରିଥିବା ଉପକରଣ ଗୁଡ଼ିକର ପେଟେଣ୍ଟ କରିବା ପାଇଁ ଅନଲାଇନ୍ ଆବେଦନ କରିଛନ୍ତି ।
ବାପାଙ୍କ ଠାରୁ ପ୍ରଥମେ ମାତ୍ର ୨ ହଜାରେ ଟଙ୍କା ଆଣି ସେ ଚାଳକବିହୀନ ଟ୍ରାକ୍ଟର ତିଆରି କରିବା ଆରମ୍ଭ କରିଥିଲେ । ଆଉ ପ୍ରଥମେ ସେ ରିମୋଟରେ ଟ୍ରାକ୍ଟରକୁ ଆଗକୁ ପଛକୁ କରିଥିଲେ । ଯୋଗେଶଙ୍କ କାମକୁ ଦେଖି ତାଙ୍କ ବାପା ଖୁସି ହୋଇ ଯାଇଥିଲେ, ଆଉ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲେ । ତେବ ଯୋଗେଶ ମାତ୍ର ୬ ମାସରେ କଠିନ ପରିଶ୍ରମ କରି ତିଆରି କରିଛନ୍ତି ଚାଳକ ବିହନୀନ ଟ୍ରାକ୍ଟର ।