୨୪ଘଂଟା ଭିତରେ ଜମ୍ମୁକାଶ୍ମୀର ପୁଲିସକୁ  ଦ୍ୱିତୀୟ ସଫଳତା : ପଞ୍ଜାବ-ଜମ୍ମୁ-କାଶ୍ମୀର ସୀମା ଲଖନପୁରରୁ ୩ ଆତଙ୍କବାଦୀଙ୍କୁ ଗିରଫ କଲା ପୁଲିସ, ୬ଟି ଏକେ-୪୭ ରାଇଫଲ ସହ ଟ୍ରକ ଜବତ

380

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ପୁଲିସ ୩ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କୁ ଗିରଫ କରାଯିବା ସହ ୬ଟି ଏକେ-୪୭ ରାଇଫଲ ଜବତ କରାଯାଇଛି । ପଂଜାବ ଓ ଜମ୍ମୁ-କାଶ୍ମୀର ସୀମା ନିକଟ ଲଖନପୁରରୁ ଏହି ୩ ଆତଙ୍କୀଙ୍କୁ ଗିରଫ କରିଛି ପୁଲିସ । ଏକ ଟ୍ରକ ଯୋଗେ କିଛି ଆତଙ୍କବାଦୀ  ଅସ୍ତ୍ରଶସ୍ତ୍ର ନେଇ ଯାଉଥିବାର  ଗୁଇନ୍ଦା ସୂଚନା ପୁଲିସକୁ ମିଳିଥିଲା  । ସୂଚନା  ଆଧାରରେ ପୁଲିସ ଟ୍ରକକୁ ଧରିବା ସହ ୩ଆତଙ୍କୀଙ୍କୁ ଗିରଫ କରିଛି । 

ଗୁରୁବାର ସକାଳେ ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମୀର ସୀମାନ୍ତ ନିକଟବର୍ତ୍ତୀ ଲଖନପୁରରେ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଲଖନପୁର ନିକଟ ସୀମାନ୍ତରେ ଜମ୍ମୁ ଓ କଶ୍ମୀର ପୁଲିସ ଗୋଟାଏ ଟ୍ରକ୍କୁ ଅଟକାଇବା ପରେ ସେଥିରୁ ଛଅଟି ଏକେ-୪୭ ରାଇଫଲ୍ ଉଦ୍ଧାର କରି ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଦୁଇ ଦିନରେ ଏହା ସୁରକ୍ଷାବାହିନୀକୁ ଦ୍ୱିତୀୟ ବଡ ସଫଳତା । ଗତକାଲି ଲସ୍କର-ଏ-ତୋଏବାର ମୋଷ୍ଟ ୱାେଂଟଡ ଆତଙ୍କବାଦୀ ଆସିଫକୁ ନିହତ କରିଥିଲେ ଭାରତୀୟ ଯବାନ । 

ଜମ୍ମୁର ପୁଲିସ ଇନ୍ସପେକ୍ଟର୍ ଜେନେରାଲ୍ କହିଛନ୍ତି, ଜମ୍ମୁ ଓ ପଠାନକୋଟ ରାଜପଥରେ ସକାଳ ୮ଟା ବେଳେ ଗୋଟାଏ ଟ୍ରକ୍କୁ ଅଟକ ରଖାଯାଇଥିଲା । ଆଉ ଯାଞ୍ଚ କରିବା ସମୟରେ ପୁଲିସ ଛଅଟି ଏକେ-୪୭ ରାଇଫଲ୍ ଜବତ କରିଥିଲା । ଟ୍ରକ୍ ବିଷୟରେ ଅଧିକ ତଲାସ ଜାରି ରହିଛି। ତେବେ ତିନି ଗିରଫ ବ୍ୟକ୍ତି କଶ୍ମୀରବାସୀ ଏବଂ ସେମାନଙ୍କୁ ପଚରା ଉଚୁରା ଚାଲିଛି ବୋଲି ଜଣାପଡ଼ିଛି।