ଭାରତରେ ରହିଛି ଚୀନ ପରେ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର ! ‘ଦ ଗ୍ରେଟ୍ ୱାଲ ଅଫ୍ ଇଣ୍ଡିଆ’ ନାମରେ ପରିଚିତ

38

ଚୀନର ସବୁଠାରୁ ଲମ୍ବା ପ୍ରାଚୀର ବିଷୟରେ ସମସ୍ତେ ଜାଣିଥିବେ । ଚୀନରେ ଥିବା ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ । କିନ୍ତୁ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର ବିଷୟରେ ହୁଏତ ବହୁତ କମ୍ ଲୋକ ଜାଣିଥିବେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲମ୍ବା ପ୍ରାଚୀର ଆଉ କେଉଁଠି ନୁହେଁ ଭାରତରେ ଅବସ୍ଥିତ ।  ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର ରାଜସ୍ଥାନରେ ଅବସ୍ଥିତ । ଏହା ମେବାରର କୁମ୍ଭଲଗଡ଼ ଦୁର୍ଗ ରୂପରେ ପରିଚିତ । ୧୧୦୦ ମିଟରର ଉଚ୍ଚତାରେ ଅବସ୍ଥିତ ଏହି ଦୁର୍ଗର ପ୍ରାଚୀର ୩୬ କିଲୋମିଟର ଲମ୍ବା । ଏହି ପ୍ରାଚୀରର ଚଉଡ଼ା ୧୫ ଫୁଟ ।  ଏଥିରେ ଏକ ସହ ୧୦ଟି ଘୋଡ଼ା ଦୌଡ଼ି ପାରିବେ ।

 

 

ଆସନ୍ତୁ ଜାଣିବା ଏହି ଦୁର୍ଗର ସ୍ୱତନ୍ତ୍ରତା ବିଷୟରେ . . .

– ଏହି ଦୁର୍ଗର ନିର୍ମାଣ ମହାରାଣା କୁମ୍ଭା କରାଇଥିଲେ । ଏହାର ନିର୍ମାଣ ପାଇଁ ପାଖାପାଖି ୧୫(୧୧୪୩-୧୪୫୮) ବର୍ଷ ଲାଗିଥିଲା ।

– ଏହି ଦୁର୍ଗର ଉଚ୍ଚ ସ୍ଥାନରେ ଗୁଡ଼ିକରେ ମହଲ, ମନ୍ଦିର ଓ ରହିବା ଉପଯୋଗୀ ବାସସ୍ଥଳୀ ନିର୍ମାଣ ହୋଇଛି । ଏହା ବ୍ୟତୀତ ଦୁର୍ଗର ସମତମ ଭୂମିକୁ କୃଷି କାର୍ଯ୍ୟରେ କରାଯାଏ  ।

– ଏହି ଦୁର୍ଗ ୭ଟି ବିଶାଳ ଦ୍ୱାର ଓ ସୁଦୃଢ଼ ପ୍ରାଚୀର ସାହାଯ୍ୟରେ ସୁରକ୍ଷିତ ଅଛନ୍ତି ।

– ଏହି ଦୁର୍ଗରେ ପୃଥ୍ୱୀରାଜଙ୍କ ପିଲାଦିନ କଟିଥିଲା ।

 

କୁହାଯାଏ ୧୪୪୩ରେ ରାଣା କୁମ୍ଭା ଏହାର ନିର୍ମାଣ ଆରମ୍ଭ କରିଥିଲେ । କିନ୍ତୁ ଶତଚେଷ୍ଟା ସତ୍ୱେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିଲା ନାହିଁ । ନିର୍ମାଣ କାର୍ଯ୍ୟର ବହୁତ ବାଧାବିଘ୍ନ ଦେଖାଗଲା । ରାଜା ଏଥିରେ ଚିନ୍ତିତ ହୋଇ ଜଣେ ସନ୍ଥକୁ ଏହାର ସମାଧାନ ପାଇଁ ଡକାଇଲେ । ସନ୍ଥ ରାଜାଙ୍କୁ କହିଲେ ଯଦି କେହି ସ୍ୱଇଚ୍ଛାରେ ବଳୀ ଦେବାକୁ ରାଜି ହୁଏ ତେବେ ଯାଇ କାମ  ଆରମ୍ଭ ହୋଇପାରିବ । ରାଜା ଏକଥା ଶୁଣି ଅଧିକ ଚିନ୍ତିତ ହୋଇଗଲେ । କାରଣ କିଏ କାହିଁକି ନିଜକୁ ବଳି ଦେବାକୁ ଚାହିଁବ ।

ସେତେବେଳେ ସନ୍ଥ କହିଲେ ସେ ନିଜେ ବଳି ପାଇଁ ପ୍ରସ୍ତୁତ ଅଛନ୍ତି । ସନ୍ଥ କହିଲେ ସେ ପାହାଡ଼ ଉପରେ ଚାଲିବା ଆରମ୍ଭ କରିବେ ଓ ଯେତେବେଳେ ସେ ଯେଉଁଠିି ରହିଯିବେ, ସେହଠାରେହିଁ ତାଙ୍କୁ ମାରି ଦିଆଯିବ । ଏବଂ ସେଠାରେ ଏକଦେବୀ ମା’ଙ୍କ ମନ୍ଦିର ତିଆର କରାଯିବ । ସନ୍ଥଙ୍କ ପରାମର୍ଶ କ୍ରମରେ ହିଁ ସବୁ କାମ ହେଲା ଏବଂ ତା’ପରେ ପ୍ରାଚୀର କାମ ଆରମ୍ଭ କରାଗଲା । ଯାହା ଆଜି ବିଶ୍ୱରେ ଦ୍ୱିତୀୟ ସବୁଠାରୁ ବଡ଼ ପ୍ରାଚୀର ରୂପେ ପରିଚିତ ।