କନକ ବ୍ୟୁରୋ : ମଧ୍ୟପ୍ରଦେଶ ପ୍ରଚାର ମଇଦାନରୁ ସୋନିଆ ଗାନ୍ଧିଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଦେଶକୁ ଭ୍ରଷ୍ଟାଚାର ବର୍ବାଦ କରିଦେଇଛି । କଂଗ୍ରେସ ଅମଳରେ ଦେଶରେ ଭ୍ରଷ୍ଟାଚାର ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ, ବିମୁଦ୍ରାକରଣ ଭଳି ନିଷ୍ପତି ନେବାକୁ ପଡିଲା । ଆଜି ମୋଦିଙ୍କ ତାକତ ଦେଖ, ଲୋକଙ୍କୁ ଗୋଟିଏ ଗୋଟିଏ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ବାଧ୍ୟ କରିଦେଇଛି । ଆଜି ଯେଉଁ ଅର୍ଥରେ ଦେଶରେ ସ୍କୁଲ, ଘର ଓ ହସ୍ପିଟାଲ ତିଆରି ହେଉଛି ସେହିସବୁ ପଇସା ପୂର୍ବରୁ ଗଦି ତଳେ ରହୁଥିଲେ ।
ଦେଶରୁ ଦାରିଦ୍ର୍ୟ ହଟାଇବା ଆମ ସରକାରର ମୂଳ ଲକ୍ଷ୍ୟ । ଏଭଳି କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଲୋକଙ୍କ ଆଗରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ୨୮ ତାରିଖରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ତେଣୁ ସବୁ ରାଜୈନତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ଆଜି ମଧ୍ୟ୍ରପଦେଶର ଝାବୁଆ ଓ ରିବାରେ ନିର୍ବାଚନୀ ପ୍ରଚାର ଚଳାଇଛନ୍ତି ।
ଏହାବ୍ୟତୀତ ମୋଦି କହିଛନ୍ତି ବର୍ତ୍ତମାନ ସୁଦ୍ଧା ତାଙ୍କ ସରକାର ୧୪ କୋଟି ଲୋକଙ୍କୁ ‘ବିନା କୌଣସି ଗ୍ୟାରେଣ୍ଟିରେ’ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଋଣ ଯୋଗାଇ ଦେଇଛନ୍ତି । ବିଜେପି ସରକାରର ୪ ବର୍ଷ ଶାସନକାଳ ମଧ୍ୟରେ ଦେଶର ଯେତେ ବିକାଶ ହୋଇଛି, କଂଗ୍ରେସ ୧୦ ବର୍ଷ ଶାସନରେ ରହିବା ପରେ ମଧ୍ୟ ସେତକି କରିପାରି ନଥିଲା ।
ମଧ୍ୟପ୍ରଦେଶର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ଦୀର୍ଘ ୫୫ ବର୍ଷ କାଳ ଶାସନ କ୍ଷମତାରେ ରହିଥିଲେ ସୁଦ୍ଧା ରାଜ୍ୟରେ ମାତ୍ର ୧,୫୦୦ଟି ସ୍କୁଲ ପ୍ରତିଷ୍ଠା କରିଥିଲା । କିନ୍ତୁ ବିଜେପିର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ତାଙ୍କର ୧୫ ବର୍ଷର ଶାସନ କାଳରେ ରାଜ୍ୟରେ ୪୦୦୦ଟି ସ୍କୁଲର ପ୍ରତିଷ୍ଠା କରିଥିବା କହିବା ସହ ତାଙ୍କ ସରକାର ଆସନ୍ତା ୨୦୨୨ସୁଦ୍ଧା ଚାଷୀମାନଙ୍କର ଆୟକୁ ଦୁଇଗୁଣା କରିଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/modi.jpg)