ଅଚଳ ହୋଇଗଲା କି ଟଙ୍କିକିଆ କଏନ ? ଗ୍ରହଣ କରିବାକୁ ନାରାଜ ଉଭୟ ଦୋକାନୀ ଓ ଗ୍ରାହକ 

225

କନକ ବ୍ୟୁରୋ : ଅଚଳ ହୋଇଗଲା କି ଟଙ୍କିକିଆ କଏନ ? ଟଙ୍କିକିଆ କଏନକୁ ନେବାକୁ ଏବେ ଉଭୟ ଗ୍ରାହକ ଓ ଦୋକାନୀ ନାରାଜ । କେହି ଏହାକୁ ଗ୍ରହଣ କରୁନାହାନ୍ତି ।  ସହର ହେଉ ଅବା ଗାଁ ଗହଳି ସବୁଠି ଏହାର ପ୍ରଭାବ ପଡିଛି । ସାଲେପୁର ମଧ୍ୟ କିଏ ଟଙ୍କିକିଆ କଏନ ଗ୍ରହଣ କରୁନଥିବା ଦେଖାଦେଇଛି ।  ଛୋଟ ବଡ ପ୍ରତିଷ୍ଠାନ ଉପରେ ଏହାର ପ୍ରଭାବ ପଡିଛି । ଫଳରେ ସମସ୍ତ ବ୍ୟବସାୟୀଙ୍କ ପାଖରେ ଏବେ ଟଙ୍କିକିଆ କଏନ ପ୍ରଚୁର ମାତ୍ରାରେ ପଡିରହିଛି । ଛୋଟ ଖୁଚୁରା ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ବିଶେଷ ଭାବେ ପଡିଛି ।

ତେବେ କେଉଁ ପରିସ୍ଥିତିରେ ଏହି ଗୁଜବ ପ୍ରଚାର ହେଉଛି, ସେକଥା ଜଣାପଡ଼ିନାହିଁ । ତେବେ ଏସବୁ ପାଇଁ ଅଧିକ ହଇରାଣ ହେଉଛନ୍ତି ସାଧାରଣ ଲୋକ । ପାଖରେ ଥିବା ଟଙ୍କିକିଆ କଏନ ଅଚଳ ହୋଇଗଲେ କ’ଣ କରିବେ ସେନେଇ ଚିନ୍ତା କରୁଛନ୍ତି । ସେପଟେ ବ୍ୟାଙ୍କ କର୍ତୃପକ୍ଷ ଏନେଇ ସ୍ପଷ୍ଟୀକରଣ ଦେଇଛନ୍ତି ।  ଟଙ୍କିକିଆ କଏନ ଅଚଳ ହୋଇଥିବା ଗୁଜବକୁ ବିଶ୍ୱାସ ନକରି ସମସ୍ତେ ଟଙ୍କିକିଆ କଏନ ଗ୍ରହଣ କରିବାକୁ କୁହାଯାଇଛି ।