ଲକ୍ଷେ ଉଡାଇନେଲେ ସାଇବର୍ ଠକ : ଜମାଟୋରୁ ଅର୍ଡର କରିଥିଲେ ପିଜ୍ଜା , ଖାତାରୁ ଉଡିଗଲା ଲକ୍ଷେ ଟଙ୍କା ।

210

କ’ଣ ଆପଣ କେବେ ୧ ଲକ୍ଷ ଟଙ୍କାର ପିଜ୍ଜା ଖାଇଛନ୍ତି? ଆପଣଙ୍କ ପ୍ରଥମ ଉତ୍ତର ଏହାହିଁ ଥିବ, “ପାଗଳ ନା କ’ଣ , ଲକ୍ଷେ ଟଙ୍କିଆ ପିଜ୍ଜା କିଏ ଖାଇବ!” ଆପଣଙ୍କ ଉତ୍ତର ସମ୍ପୁର୍ଣ୍ଣ ଠିକ୍ କିନ୍ତୁ ନୋଏଡାର ଶ୍ୱେତା ନାମକ ଜଣେ ମହିଳାଙ୍କୁ ପିଜ୍ଜା ଖାଇବା ମହଙ୍ଗା ପଡିଯାଇଛି । ଶ୍ୱେତା ଅନଲାଇନ୍ ପିଜ୍ଜା ଅର୍ଡର କରିଥିଲେ ଉକ୍ତ ନମ୍ବରରୁ ହିଁ ତାଙ୍କର ୧ ଲକ୍ଷ ଟଙ୍କା ଆକାଉଣ୍ଟରୁ କଟିଯାଇଥିଲା । ସାଇବର୍ ଠକେଇର ଶିକାର ହୋଇଥିବା ଶ୍ୱେତା ଅଭିଯୋଗ ଆଣିଛନ୍ତିି ଯେ ଅନଲାଇନ୍ ଫୁଡ୍ ସେବା ଯୋଗାଉଥିବା କମ୍ପାନୀ ଜମାଟୋର କଷ୍ଟମର୍ କେୟାର୍ ନମ୍ବରରେ ଫୋନ୍ କରି ସେ ପିଜ୍ଜା ଅର୍ଡର କରିଥିଲେ । ପିଜ୍ଜା ଅର୍ଡରର ତୁରନ୍ତ ବାଦେ ସେ ଟଙ୍କା ଦେଇଥିଲେ କିନ୍ତୁ ଏହାପରେ ତାଙ୍କ ୟୁପିଆଇ ଖାତାରୁ ୧ ଲକ୍ଷ ଟଙ୍କା ଉଡିଯାଇଥିଲା ।

ଶ୍ୱେତା ଅଭିଯୋଗ ଆଣିଛନ୍ତି ଯେ ଯେଉଁ ୟୁପିଆଇ ଖାତାରୁ ଟଙ୍କା ଉଠାଯାଇଛି ସେ ତାହା ଜମାଟୋ ଆପ୍ ରୁ ଲିଙ୍କ୍ କରି ରଖିଥିଲେ । ଏଥିରୁ ହିଁ ପ୍ରଥମେ ପିଜ୍ଜାଙ୍କ ଟଙ୍କା କଟିଥିଲା ଏବଂ ପରେ ୧ ଲକ୍ଷ ଟଙ୍କା ମଧ୍ୟ କଟିଯାଇଥିଲା । ଶ୍ୱେତା କହିଛନ୍ତି ଯେ , ଜମାଟୋ କଷ୍ଟମର୍ କେୟାର୍ ପକ୍ଷରୁ ଅର୍ଡରରେ ସନ୍ତୁଷ୍ଟ ନହେଲେ ଟଙ୍କା ରିଫଣ୍ଡ କରିବାର ଏକ ଲିଙ୍କ୍ ପଠାଯାଇଥିଲା ।

ସେ ଲିଙ୍କ୍ ରେ କ୍ଲିକ୍ କରିବା ପରେ ତାଙ୍କ ୟୁପିଆଇ ଖାତା ହ୍ୟାକ୍ ହୋଇଗଲା ଏବଂ ଏହାର ୨ ଦିନ ପରେ ତାଙ୍କ ଖାତାରୁ ୧ ଲକ୍ଷ ଟଙ୍କା ଉଡିଗଲା । ତେବେ ପରେ ଜାଣିବାକୁ ମିଳିଲା ଯେ ଯେଉଁ ନମ୍ବରରେ ଶ୍ୱେତା କଲ୍ କରିଥିଲେ ସେଥିରୁ ଜମାଟୋର କୌଣସି ସମ୍ବନ୍ଧ ନଥିଲା । ଶ୍ୱେତା ବ୍ୟାଙ୍କରେ ଏନେଇ ଅଭିଯୋଗ କରିଥିଲେ । ବ୍ୟାଙ୍କ୍ ପକ୍ଷରୁ ଏଭଳି ୮ ରୁ ୯ ଟି ଖାତାକୁ ଟଙ୍କା ପଠାଯାଇଥିବା ସୂଚନା ମିଳିଥିଲା । ବର୍ତ୍ତମାନ ବ୍ୟାଙ୍କ ଏହି ସବୁ ଖାତାକୁ ବନ୍ଦ କରିବା ସହ ଖୁବଶୀଘ୍ର ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଛି ।