ପୁଣି ଫେରିଲା ଜମାଟୋ ବିବାଦ ! ଗୋମାଂସ ଏବଂ ଘୁଷୁରୀମାଂସର ଡେଲିଭରୀ ନେଇ କମ୍ପାନୀ ଉପରେ ତେଜିଲେ ଡେଲିଭରୀ ବଏ

619

ଫୁଡ୍ ଡେଲିଭରି ସଂସ୍ଥା ଜମାଟୋ ଏବଂ ଜମାଟୋ ଡେଲିଭରି ବଏ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପଶ୍ଚିମବଙ୍ଗରେ ଜମାଟୋ ବଏଙ୍କ ମଧ୍ୟରେ କମ୍ପାନୀକୁ ନେଇ ଅସନ୍ତୁଷ୍ଟତା ଦେଖାଦେଇଛି । କମ୍ପାନୀ ତରଫରୁ କରାଯାଉଥିବା (ବିଫ୍ )ଗୋମାଂସ ଏବଂ (ପୋର୍କ) ଘୁଷୁରୀ ମାଂସ ଡେଲିଭରୀ କରିବାରେ ଡେଲିଭରୀ ବଏ ଆପତ୍ତି ଉଠାଇଛନ୍ତି । ଧାର୍ମୀକ ଭାବନା ଆହତ ହେଉଥିବାରୁ ଡେଲିଭରୀ ବଏ ବିଫ୍ ଏବଂ ପୋର୍କ ଡେଲିଭରୀ କରିବା ସପକ୍ଷରେ ନାହାଁନ୍ତି । ଜମାଟୋର କହିବାନୁସାର ଭାରତ ଭଳି ବିବିଧତା ଦେଶରେ ଖାଦ୍ୟ ଡେଲିଭରୀ କରିବା ସମୟରେ ଆମିଷ ଏବଂ ନିରାମିଷକୁ ବାଛି ଡେଲିଭରୀ କରିବା ଦାୟିତ୍ୱ ଅସମ୍ଭବର କାମ ।

କ’ଣ ହୋଇଥିଲା ଅସଲ ଘଟଣା ?

ପଶ୍ଚିମବଙ୍ଗର ହାୱଡା ଅଞ୍ଚଳରେ ଅଗଷ୍ଟ ୧୧ ତାରିଖରେ ଡେଲିଭରୀ ବଏ ଏନେଇ ଧାରଣାରେ ବସିଥିଲେ । ତାଙ୍କ କହିବାନୁସାରେ କମ୍ପାନୀକୁ ନିଜ କର୍ମଚାରୀଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିବା ଆଦୌ ଶୋଭନୀୟ ନୁହେଁ । ଏଥିନେଇ ହିନ୍ଦୁ ଏବଂ ମୁସଲିମ୍ ଡେଲିଭରୀ ବଏଙ୍କ ମଧ୍ୟରେ ଧାରଣା ଦିଆଯାଇଥିଲା । ହିନ୍ଦୁ ଗାଇକୁ ନେଇ ଭାବୁକ ଥିବା ବେଳେ ମୁସଲିମ୍ ଘୁଷୁରୀକୁ ଅପବିତ୍ର ମାନିଥାନ୍ତି । ଦୁଇଗୋଷ୍ଠୀଙ୍କୁ ବିଫ୍ ଏବଂ ପୋର୍କ ଡେଲିଭରୀ କରିବାରେ ଆପତ୍ତି ରହିଛି ।

ଏହା ପୂର୍ବରୁ ମଧ୍ୟପ୍ରଦେଶରେ ଜମାଟୋରେ ଖାଦ୍ୟ ଅର୍ଡର କରି ଡେଲିଭରୀ ବଏ ମୁସଲିମ୍ ହୋଇଥିବାରୁ ଖାଦ୍ୟ କ୍ୟାନସେଲ୍ କରିଥିଲେ ଜଣେ ବ୍ୟକ୍ତି । ଶ୍ରାବଣ ମାସରେ ଅଣହିନ୍ଦୁଙ୍କ ଠାରୁ ଖାଦ୍ୟ ଗ୍ରହଣ କରିବାରୁ ଉକ୍ତ ଗ୍ରାହକ ଅମଙ୍ଗିଥିଲେ ଏବଂ ହିନ୍ଦୁ ଡେଲିଭରୀ ବଏ ଖାଦ୍ୟ ଦେବାକୁ କହିଥିଲେ ଏବଂ ପରେ ଅର୍ଡରକୁ କ୍ୟାନସେଲ୍ କରିଥିଲେ । ପରେ ନିଜ କଥାବାର୍ତ୍ତାର ଏକ ସ୍କ୍ରିନ୍ ସର୍ଟ ବ୍ୟକ୍ତିଜଣକ ଟ୍ୱିଟରରେ ସେୟାର୍ କରିଥିଲେ । ଏହାପରେ ଖାଦ୍ୟର କୌଣସି ଧର୍ମ ନାହିଁ କହିଥିଲା ଜମାଟୋ । ଏହି ମାମଲା ଲମ୍ବା ସମୟ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା ।