୨୦୧୯ ବିଶ୍ୱକପ ଖେଳି ନ ପାରନ୍ତି ଯୁବରାଜ ସିଂ ଓ ସୁରେଶ ରୈନାଙ୍କ ଭଳି ତାରକା ଖେଳାଳୀ । ଇସାରା ଦେଲେ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ

360

୨୦୧୯ ବିଶ୍ୱକପ କ୍ରିକେଟ ଖେଳି ନ ପାରନ୍ତି ଯୁବରାଜ ସିଂ, ସୁରେଶ ରୈନାଙ୍କ ଭଳି ତାରକା ଖେଳାଳୀ । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ବୟାନ ପରେ ଏଭଳି ସଙ୍କେତ ମିଳିଛି । ଶାସ୍ତ୍ରୀ କହିଛନ୍ତି, ଏବେ ଖେଳୁଥିବା ଦିନିକିଆ ଦଳରେ ଆଉ ବିୋଷ ପରିବର୍ତ୍ତନ କରାଯିବ ନାହିଁ । ଅଥାର୍ତ ଏବେ ଯେଉଁ ଟିମକୁ ନେଇ ଭାରତ ଦିନିକିଆ ମ୍ୟାଚ ଖେଳୁଛି ସେହି ଟିମକୁ ବିଶ୍ୱକପରେ ଦେଖିବାକୁ ମିଳିପାରେ ବୋଲି ଶାସ୍ତ୍ରୀଙ୍କ ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ସିରିଜ ଖେଳିବାକୁ ଯାଉଛି । ବିଶ୍ୱକପ ପୂର୍ବରୁ ଭାରତ ୧୩ଟି ଦିନିକିଆ ମ୍ୟାଚ ଖେଳିବ । ଶେଷ ସିରିଜ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ । ଏପରିକି ଏହା ବିଶ୍ୱକପ ପୂର୍ବରୁ ଭାରତର ଶେଷ ସିରିଜ ମଧ୍ୟ ହେବ । ତେଣୁ ଏହି ସିରିଜ ଉପରେ ପୂରା ଟିମର ଧ୍ୟାନ ରହିବ ବୋଲି କହିଛନ୍ତି ଶାସ୍ତ୍ରୀ ।

Ravi Shastri

ଏପରିକି ବିଶ୍ୱକପ ପୂର୍ବରୁ ପୂରା ଟିମ ଏକ ଦଳ ଭାବରେ ଖେଳିବାକୁ ଯାଉଛି । ସମସ୍ତ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ନଜର ରଖାଯାଇଛି । ଖେଳାଳୀ ମାନଙ୍କୁ ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ସୂଚାଇ ଦେଇଛନ୍ତି ଶାସ୍ତ୍ରୀ । ଏହାଛଡା କେହି ଯେପରି ଆହତ ନ ହୁଅନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଛନ୍ତି । ନଚେତ ପୁଣି ତାଙ୍କୁ ଅନ୍ୟ ଖେଳାଳୀଙ୍କ ବାବଦରେ ଭାବିବାକୁ ପଡିବ ବୋଲି କହିଛନ୍ତି ଶାସ୍ତ୍ରୀ ।

ରବି ଶାସ୍ତ୍ରୀଙ୍କ ଏହି ବୟାନ ପରେ ଭାରତର ଷ୍ଟାର ଖେଳାଳୀ ତଥା ୨୦୧୧ ବିଶ୍ୱକପ ହିରୋ ଯୁବରାଜ ସିଂ, ସୁରେଶ ରୈନା, ଅଶ୍ୱିନୀଙ୍କ ପାଇଁ ଭାରତୀୟ ବିଶ୍ୱକପ ଦଳର ଦ୍ୱାର ଏକରକମ ବନ୍ଦ ହୋଇଯାଇଛି । କାରଣ ଏହି ଖେଳାଳୀ ମାନେ ଏବେ ଭାରତୀୟ ଦିନିକିଆ ଦଳର ନିୟମିତ ସଦସ୍ୟ ନୁହଁନ୍ତି ।