କନକ ବ୍ୟୁରୋ : ନଦୀକୁ ଡେଇଁଲେ ଆଉ ଜଣେ ଯୁବକ । ତ୍ରିଶୁଳିଆ ନିକଟରେ କାଠଯୋଡି ନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି । ସୁବାସ ବୋଷ ସେତୁ ଉପରେ ଯୁବକ ଜଣଙ୍କ ପ୍ରଥମେ ନିଜର ବାଇକ, ହେଲମେଟ ଓ ମୋବାଇଲ ରଖିଥିଲେ । ପରେ ନଦୀକୁ ଡେଇଁ ପଡିଥିଲେ । ଏହି ଯୁବକଙ୍କ ପରିଚୟ ମିଳିଛି ।
ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ଗାଡକଣର ଦେବବ୍ରତ ମାଝୀ । ତାଙ୍କ ବୟସ ୩୫ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ ଦମକଳ ବାହିନୀ ପଂହଚି ଖୋଜାଖୋଜି କରିଥିଲେ ବି ଯୁବକଙ୍କ ପତ୍ତା ମିଳିନାହିଁ । ଆଜି ପୁଣି ଖୋଜାଖୋଜି ଆରମ୍ଭ କରାଯିବ ବୋଲି ଜଣାପଡିଛି । କିଛିଦିନ ତଳେ କାଠଯୋଡିକୁ ଡେଇଁ ଦେବବ୍ରତ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ । ପରେ ନିଆଳି ନିକଟ ରହମ୍ବାରୁ ତାଙ୍କ ମୃତଦେହ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/JUBAKA.jpg)