ମଧ୍ୟପ୍ରଦେଶ ସାଗର ଜିଲ୍ଲାର ନରୟାବଲୀ ରେଲୱେ ଷ୍ଟେସନରେ ଜଣେ ଯୁବକ ଟ୍ରେନ୍ ର ଛାତ ଉପରେ ଠିଆ ହୋଇ ଖୁବ୍ ଉତ୍ପାତ କରିଥିଲା । ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ନାକେଦମ୍ କରିଥିବା ଏହି ଯୁବକ ଜଣକ ବାରମ୍ବାର ଚନ୍ଦ୍ରଯାନ-୨ କାହିଁକି ଅସଫଳ ହେଲା ବୋଲି କହୁଥିଲା । ଲୋକ ଯେତେବେଳେ ଉକ୍ତ ଯୁବକଙ୍କୁ ତଳକୁ ଆସିବାକୁ କହୁଥିଲେ ସେ ଗାଳି କରି ଚନ୍ଦ୍ରଯାନ-୨ ଅସଫଳ ହେଲା କାହିଁକି ବୋଲି କହୁଥିଲା ?
ଅଧଘଣ୍ଟା ପର୍ଯ୍ୟନ୍ତ ଏଭଳି ଭାବରେ ହଙ୍ଗାମା କରି ଯୁବକ ଜଣକ ତଳକୁ ଆସିନଥିଲା । ଅନ୍ୟପକ୍ଷରେ ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ହାଇଟେନସନ୍ ଓଭରହେଡ୍ ଲାଇନ୍ ର ପାୱାର୍ ସପ୍ଲାଇ ମଧ୍ୟ ବନ୍ଦ କରିବାକୁ ପଡିଥିଲା । ଯାହାପରେ ରେଳ କର୍ମଚାରୀ ବହୁ କଷ୍ଟରେ ଯୁବକଙ୍କୁ ତଳକୁ ଆଣିବାରେ ସଫଳ ହୋଇଥିଲେ । ତଳକୁ ଓହ୍ଲାଇବା ପରେ ଆରପିଏଫ୍ ଯୁବକକୁ ନେଇଯାଇଥିଲେ ।
ଜଣେ ପ୍ରତ୍ୟକ୍ଷଦର୍ଶୀ ଜିତେନ୍ଦ୍ର ଯାଦବଙ୍କ କହିବାନୁସାରେ , ଉକ୍ତ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଟ୍ରେନ୍ ଉପରକୁ ଚଢି ହାଇଭୋଲଟେଜ୍ ତାରକୁ ଧରିବାକୁ ଚେଷ୍ଟା କରୁଥିଲା । କେହି କିଛି ପଚାରିଲେ ଚନ୍ଦ୍ରଯାନ-୨ କାହିଁକି ଅସଫଳ ହେଲା ବୋଲି କହୁଥିଲା । ୨୦ ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଯୁବକର ଉତ୍ପାତ ନ କମିବାରୁ ବାଧ୍ୟ ହୋଇ ତାର କନେକ୍ସନ୍ କଟାଇ ରେଳ କର୍ମଚାରୀ ତାକୁ ତଳକୁ ଆଣିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକର ପରିଚୟ ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/train-engine-chandrayaan2-1568173546-lb.jpg)
/kanak/media/post_attachments/wp-content/uploads/2019/09/train-engine-1568173538-lb-300x172.jpg)
/kanak/media/post_attachments/wp-content/uploads/2019/09/jeetendra-yadav-1568173582-lb-300x172.jpg)