ମୟୁର ସହ ମିତ ! ବାଣ ନୁହେଁ ହସ ଫୁଟାଇବାରେ ପାଣୁ

189

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମସ୍ତେ ବ୍ୟସ୍ତ । ସବୁଠି ବ୍ୟସ୍ତତା । ଯେଉଁଠି ନିଜେ ହସିବାକୁ ସମୟ ନାହିଁ, ସେଠି ଅନ୍ୟର ହସ କଥା ପଚାରେ କିଏ । ଯେଉଁଠି ମଣିଷ ମଣିଷ ଭିତରେ ସମ୍ପର୍କ ନାହିଁ, ସେଠି ପଶୁ ପକ୍ଷୀଙ୍କ କଥା ପଚାରେ କିଏ । ହେଲେ ଆମ ଭିତରେ ଏମିତିବି ମଣିଷ ଅଛନ୍ତି ଯେଉଁମାନେ ଜଙ୍ଗଲୀ ପକ୍ଷୀଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଏକ ଅଦୃଶ୍ୟ ଆତ୍ମିୟତା ବି ଗଢ଼ି ଉଠେ ସେମାନଙ୍କ ଭିତରେ ।

ସହରୀ ମଣିଷଙ୍କ ସହ ସଂପର୍କ ଛାଡି ସୁନ୍ଦରୀ ପକ୍ଷୀଙ୍କ ସହ ସଂପର୍କ ସହ ସଂପର୍କ ଯୋଡିଥିବା ଏ ବ୍ୟକ୍ତି ଜଣକ ହେଲେ ପାଣୁ ବେହେରା । ଖାକି ପିନ୍ଧି ସେ ଦିନେ ସାଜିଥିଲେ ଗୁହରକ୍ଷୀ । ଆଉ ଚାକିରୀ ଜୀବନ ସରିଯିବା ପରେ ଏ ମୟୁରଙ୍କ ସହ ମିତ ବସିଛନ୍ତି । ବେଶ୍ କିଛି ବର୍ଷ ହେଲା କଟକ ନରାଜ ନିକଟରେ ଏ ଭାବ ଦିଆନିଆର ଦୃଶ୍ୟ ଦେଖିବାକୁ ମିଳୁଛି । ଯେଉଁଠି ଛଳନା ନାହିଁ କି ଦିଆନିଆର ସଂପର୍କ ନାହିଁ । ତେଣୁ ନିଜେ ଭୋକିଲା ରହିବି ମୟୁରଙ୍କୁ ସେ ଦିଅନ୍ତି ପେଟପୁରା ଖାଦ୍ୟ । ହେଲେ ଦୀପାବଳି ଆସିଲେ କିନ୍ତୁ ପାଣୁଙ୍କ ମନ ଚହଲି ଯାଉଛି । କାରଣ ଫୁଟିଲେ ତା ମିତଙ୍କ ଦେହ ଶିହରୀ ଉଠୁଛି ।

ମିତ ହସିଲେ ସେ ହସନ୍ତି । ଆଉ ମିତ କାନ୍ଦିଲେ ସେ କାନ୍ଦନ୍ତି । ତେବେ ଦୀପାବଳିରେ ଏ ମୟୁର ମାନଙ୍କୁ କିଏ ଦେବ ସୁରକ୍ଷାର ପ୍ରତିଶ୍ରୁତି । ମୟୁର ଓ ପାଣୁଙ୍କ ମନରେ କିଏ ଭରିବ ଖୁସି । ପାଣୁଙ୍କ ମୟୁର ପ୍ରେମ ସଂପର୍କରେ ଶୁଣି ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ସାମିଲ୍ ହୋଇଥିଲେ ରାଜଧାନୀର କିଛି ଯୁବକ । ମୟୁରଙ୍କ ପାଇଁ ଖାଦ୍ୟ ଓ ପାଣୁଙ୍କ ପାଇଁ ଉପହାର ଧରି ପହଂଚିଥିଲେ ନରାଜ ନିକଟ ମୟୁରଙ୍କ ଚରାଭୂଇଁରେ । ବୁଝିବାକୁ ଚେଷ୍ଟା କରିଥିଲେ ଏକ ସର୍ତ୍ତହୀନ ସଂପର୍କର ପରିଭାଷାକୁ ।

ବାଣ ନୁହେଁ ହସ ଫୁଟାଇବା । କନକ ନ୍ୟୁଜର ଏହି ସାଙ୍କେତିକ ଅଭିଯାନକୁ ନେଇ ଏବେ ଘରେ ଘରେ ଚର୍ଚ୍ଚା । ଆପଣ ବି ନିଜ ବାଣ ବଜେଟକୁ କାଟି କାହା ମୁହଁରେ ହସ ଫୁଟାଇ ପାରିବେ ।