ଆଉ ଦରକାର ପଡିବନି ଓଟିପି କିମ୍ବା ଫିଙ୍ଗର ପ୍ରିଣ୍ଟ । ହସିଦେଲେ ହୋଇଯିବ ପେମେଣ୍ଟ

82

ସମୟ ସାଙ୍ଗରେ ତାଳ ଦେଇ ଧୀରେ ଧୀରେ ଡିଜିଟାଲ ଅଡକୁ ଗତି କରୁଛି ଆଜିର ସମାଜ । ଏବେ ପୂରା ସମାଜ ଡିଜିଟାଲ ମୁହାଁ । ଏବେ ପ୍ରତି କ୍ଷେତ୍ରକୁ ଡିଜିଟାଲଆଇଜେସନରେ ପରିଣତ କରାଯାଉଛି । ଏପରିକି ଭାରତରେ ମଧ୍ୟ ଡିଜିଟାଲଆଇଜେସନର ଝଲକ ଦେଖିବାକୁ ମିଳିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତରେ ଡିଜିଟାଲଆଇଜେସନକୁ ପୋତ୍ସାହିତ କରିଛନ୍ତି । ଏପରିକି ଡିଜିଟାଲ ଇଣ୍ଡିଆର ନାରା ଦେଇ ପୂରା ଭାରତକୁ ଡିଜିଟାଲଆଇଜେସନ କରିବାକୁ ଯୁବଗୋଷ୍ଠୀକୁ ଆହ୍ୱାନ କରୁଛନ୍ତି । ଏହି ଡିଜିଟାଲଆଇଜେସନ ମାଧ୍ୟମରେ ନୂଆ ନୂଆ ଟେକନିକ୍ ସାମ୍ନାକୁ ଆସୁଛି । ଡିଜିଟାଲ ଯୁଗରେ ପୁଣି ଏକ ନୂଆ ଟେକନିକର ଲାଭ ଉଠାଇ ପାରିବେ ସାଧାରଣ ଲୋକ ।

ଏଣିକି ହସିଦେଲେ ହୋଇଯିବ ପେମେଣ୍ଟ । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ହେବାକୁ ଯାଉଛି । ପୁର୍ବରୁ ଅନଲାଇନରେ ପେମେଣ୍ଟ କରିବାକୁ ଓଟିପି ବା ୱାନ ଟାଇମ ପାସୱାର୍ଡ , ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ପାସୱାର୍ଡର ଆବଶ୍ୟକତା ପଡୁଥିଲା । ଅନେକ ସମୟରେ ଏଥିପାଇଁ ହଇରାଣରେ ମଧ୍ର ପଡୁଥିଲେ ଲୋକ । କିନ୍ତୁ ଏବେ ସମୟ ବଦଳିଛି । ଏକବିଂଶ ଶତାବ୍ଦୀର ଡିଜିଟାଲ ଯୁଗରେ ହସିଦେଲେ ହୋଇଯିବ ପେମେଣ୍ଟ । ଆଗାମୀ ଦିନରେ ଏଭଳି ନୂଆ ଜ୍ଞାନକୌଶଳର ସୁବିଧା ଉଠାଇପାରିବେ ଲୋକେ । ଡିଜିଟାଲ ଯୁଗରେ ଏଭଳି ଜ୍ଞାନକୌଶଳର ବ୍ୟବହାର ଅନଲାଇନ ପେମେଣ୍ଟକୁ ଆହୁରି ସୁରକ୍ଷିତ କରିବାରେ ସାହାର୍ଯ୍ୟ କରିବ ।

କିପରି ଏହା କାମ କରିବ: ଏହି ଜ୍ଞାନକୌଶଳ ଥିବା ଡିଭାଇସରେ ଏକ ସେଲ୍ଫ ସର୍ଭିସ୍ କ୍ୟାମେରା ଲାଗିଥାଏ । ଯଦି କିଛି ଅନଲାଇନ ଅର୍ଡର କରିବାକୁ ଚାହୁଁଥାନ୍ତି ତେବେ କ୍ୟାମେରା ଆଗରେ ପ୍ରଥମେ ହସିବାକୁ ପଡିବ । ହସିବା ପରେ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଗ୍ରାହକଙ୍କ ଚେହେରାକୁ ପରଖିବା ପାଇଁ ଏହି ଡିଭାଇସରେ ଏକ ଥ୍ରୀ ଡି କ୍ୟାମେରା ଲାଗାଯାଇଛି । କେବଳ ଏତିକ ନୁହେଁ ଏଥିପାଇଁ ଗ୍ରାହକଙ୍କ ଫୋନ ନମ୍ବର ମଧ୍ୟ ଭେରିଫିକେଶନ କରିବାକୁ ପଡିଥାଏ ।

ଚୀନ କମ୍ପାନି ଅଲି ବାବା ପ୍ରଥମେ ଏଭଳି ସେବା ଆରମ୍ଭ କରିଛି । ଏହି ସେବାର ନାଁ ରହିଛି ସ୍କାଇଲ ଟୁ ପେ । ଏହି ସେବାକୁ ଅଲ୍ଲୀପ୍ଲେ ଅନଲାଇନ ପେମେଣ୍ଟ ଏବଂ ଅଲ୍ଲୀ ପ୍ଲେ ୱାଲେଟ ଆପ୍ ସହ ଯୋଡା ଯାଇଛି । ଏହି ସେବାକୁ ଏବେ କେଏଫସିରେ ଆରମ୍ଭ କରାଯାଇଛି ।

ସୌଜନ୍ୟ- ଏନଡିଟିଭି