ଲୋକସଭା ସ୍ପିକର କାର୍ଯ୍ୟାଳୟରେ ପାର୍ଲ୍ୟାମେର୍ଟ ‘ବିଜନେସ୍ ଡଟ୍ କମ୍’ ୱେବସାଇଟ୍ର ଲୋକାର୍ପଣ ହେବ । ସେମାନେ ୱେବସାଇଟ୍ ସହିତ ‘ପାର୍ଲ୍ୟାମେଣ୍ଟ ବିଜନେସ୍ ଡଟ୍ କମ୍’ ଦ୍ୱାରା ଆରମ୍ଭ କରାଯାଉଥିବା ଅଭିଯାନ ‘ଏଜେଣ୍ଡା ଭାରତର’କୁ ଲଂଚ କରିବେ । କାର୍ଯ୍ୟକ୍ରମରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ବିନୟ ସହସ୍ରବୁଦେ୍ଧ, ପୂର୍ବ ଲୋକସଭା ଉପାଧ୍ୟକ୍ଷ କରିୟା ମୁଣ୍ଡା ସହିତ ଅନ୍ୟ ବରିଷ୍ଠ ସାଂସଦ ତଥା ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ।
‘ପାର୍ଲ୍ୟାମେଣ୍ଟ ବିଜନେସ୍ ଡଟ୍ କମ୍’ ସଂସଦୀୟ କାର୍ଯ୍ୟପ୍ରଣାଳୀ ଓ ସାଂସଦଙ୍କୁ ତାଙ୍କର ସଂପୂର୍ଣ୍ଣ ପ୍ରଦର୍ଶନ ଆଧଶରରେ ରେଟିଙ୍ଗ ଏବଂ ରାଂକିଙ୍ଗ ଦେବାକୁ ଥିବା ୱେବସାଇଟ୍ । ଏହା ଜରିଆରେ ସାଧାରଣ ଲୋକ ମାତ୍ର ଗୋଟିଏ କ୍ଲିକ୍ ରେ ନିଜ ଅଂଚଳର ସାଂସଦଙ୍କ ସଂସଦରେ ପ୍ରଦର୍ଶନ ଠାରୁ ନେଇ ସାସଂଦ ନିଧିରେ ଖର୍ଚ୍ଚ କରାଯାଇଥିବା ବିଷୟ ପର୍ଯ୍ୟନ୍ତ ସୂଚନା ଜାଣିପାରିବେ । ସେମାନେ ୱେବସାଇଟ୍ ମାଧ୍ୟମରେ ନିଜ ସାଂସଦଙ୍କ ସହିତ ସିଧା ସଳଖ ସଂପର୍କ କରି ନିଜର ସମସ୍ୟା ମଧ୍ୟ ସେୟାର କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/sansad-bhawan_650x400_51498811974.jpg)
/kanak/media/post_attachments/wp-content/uploads/2019/01/Apr-inside-300x144.jpg)