ମ୍ୟାଲେରିଆ ରୋଗ ପାଇଁ ବଜାରକୁ ଆସିଲା ବିଶ୍ୱର ପ୍ରଥମ ଟିକା । ମଲାଓ୍ୱି ପ୍ରଥମେ ଏହାକୁ ଲଞ୍ଚ କରିବାକୁ ଚାହୁଁଥିବା ବେଳେ ଏହି ନିଷତ୍ତିକୁ ସ୍ୱାଗତ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ପାଇଲଟ୍ ଯୋଜନା ଆକାରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଏହି ଟିକାର ନାଁ ରହିଛି ଆରଟିଏସ୍, ଏସ୍ । ୨ବର୍ଷ ପର୍ୟ୍ୟନ୍ତ ବୟସର ଶିଶୁଙ୍କୁ ଏହି ଟିକା ଦିଆ ଯାଇ ପାରିବ। ପ୍ରଥମେ ଏହାକୁ ମଲାଓ୍ୱିରେ ଲଞ୍ଚ କରାଯାଇଥିବା ବେଳେ ଏହାକୁ ଆଗାମୀ ସପ୍ତାହରେ କେନିଆ ଏବଂ ଘାନାରେ ଲଞ୍ଚ କରାଯିବ ବୋଲି ଜଣା ପଡ଼ିଛି ।
ମ୍ୟାଲେରିଆ ଏବେ ବି ଏକ ସାଂଘାତିକ ରୋଗ ଭାବରେ ଗଣା ଯାଉଥିବା ବେଳେ ପ୍ରତି ୨ମିନିଟରେ ଜଣେ ଶିଶୁ ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିବା ଦାବି ହୋଇ ଆସୁଛି । ଆଫ୍ରିକାରେ ପ୍ରତି ବର୍ଷ ୨,୫୦,୦୦୦ ଶିଶୁ ମେଲେରିଆରେ ମୃତ୍ୟୁବରଣ କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ, ୫ବର୍ଷରୁ କମ ଶିଶୁମାନେ ଏହି ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି । ସାରା ବିଶ୍ୱରେ ପ୍ରତି ବର୍ଷ ୪,୩୫,୦୦୦ ହଜାର ଶିଶୁ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ଜଣା ପଡ଼ିଛି ।
ବିଗତ ୧୫ବର୍ଷ ମଧ୍ୟରେ ମ୍ୟାଲେରିଆକୁ ରୋକିବା ପାଇଁ ଅନେକ ଉପାୟ ଆପଣା ଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଏହାର ବିଶେଷ ଲାଭ ଦେଖିବାକୁ ମିଳି ନାହିଁ । ଏହାକୁ ମୂଳପୋଛ କରିବା ପାଇଁ ନୂଆ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ଆରଟିଏସ୍, ଏସ୍ ଟିକା ସେହି କାମ କରିବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/malaria-vaccine-treatment.jpg)