ଲ୍ୟାଣ୍ଡର ସହ ଚନ୍ଦ୍ରଯାନ-୨ ର ସଂପର୍କ ଭାଙ୍ଗିଥିଲେ ବି ଅନ୍ତର୍ଜାତୀୟ ଗଣମାଧ୍ୟମ କଲା ଇସ୍ରୋର ପ୍ରଶଂସା ! କହିଲା , ଇସ୍ରୋ ଯାହା କଲା ତାହା କରିବା ତ ଦୂରର କଥା କେହି ଭାବି ପାରିବେ ନାହିଁ ।

3,223

ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ଶୁକ୍ରବାର ମଧ୍ୟରାତ୍ରରେ ଚନ୍ଦ୍ରଠାରୁ ମାତ୍ର ୨.୧ କି.ମି. ଦୂରତାରେ ହିଁ ଥିବାବେଳେ ସଂପର୍କ ଛିନ୍ନ ହୋଇ ଯାଇଥିଲା । ଲ୍ୟାଣ୍ଡର ବିକ୍ରମକୁ ୧.୩୮ ମିନିଟ୍ ସମୟରେ ଚନ୍ଦ୍ରକୁ ଆଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଚନ୍ଦ୍ରଠାରୁ ମାତ୍ର ୨.୧ କିଲୋମିଟର ପୂର୍ବରୁ ହିଁ ଇସ୍ରୋ ସହ ତାହାର ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ବିକ୍ରମ ଏବଂ ପ୍ରଜ୍ଞାନ ଲ୍ୟାଣ୍ଡର ସହ ସଂପର୍କ କରିବା ପାଇଁ ଅହରହ ଚେଷ୍ଟା ଚଲାଇଛନ୍ତି କିନ୍ତୁ ଏହା ଯଦି ସକ୍ରିୟ ହୁଏ ତେବେ କୌଣସି ଚମତ୍କାର ଠାରୁ ଏହା କମ୍ ହେବନି । ଏଭଳି କିଛି ଘଟଣାର ଆଶଙ୍କା ପୂର୍ବରୁ ହିଁ ବୈଜ୍ଞାନିକଙ୍କ ମନରେ ଆସିଥିଲା ଯେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ପହଁଚିବାର ୧୫ ମିନିଟ୍ ଖୁବ୍ ଗୁରୁତ୍ୱପୂର୍ଣ୍ଣ ସମୟ ହେବ । ଭାରତକୁ ଏହି ମିଶନ୍ ରୁ ଝଟକା ମିଳିବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଇସ୍ରୋର ଖୁବ୍ ପ୍ରଶଂସା କରାଯାଉଛି । ଆମେରିକା ମାଗେଜିନ୍ ୱାୟାର୍ଡ ଅନୁସାରେ ଏହି ମିଶନ୍ ରେ ଏବେ ସବୁକିଛି ଶେଷ ହୋଇନାହିଁ ।

ତେବେ ଲ୍ୟାଣ୍ଡର ବିକ୍ରମର ଅନ୍ତିମ ସମୟ ସଫ୍ଟ ଲ୍ୟାଣ୍ଡିଙ୍ଗ୍ ନକରିପାରିବାରୁ ଏହାର ପୂର୍ବରୁ ହିଁ ଇସ୍ରୋ ସହ ସଂପର୍କ ଚ୍ଛିନ୍ନ ହୋଇଯାଇଥିଲା । ତେବେ ଏହି ଖବର ଏବେ ପୁରା ଦୁନିଆରେ ଚର୍ଚ୍ଚା ସାଉଁଟିଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଏବେ ଇସ୍ରୋର ଖୁବ୍ ପ୍ରଶଂସା କରି କହୁଛି ଯେ ଇସ୍ରୋ ଚନ୍ଦ୍ରର ଅତ୍ୟନ୍ତ ସମ୍ବେଦନ ଅଂଶରେ ଲ୍ୟାଣ୍ଡିଙ୍ଗ୍୍ କରିବାର ସାହସ ଦେଖାଇଛି ଯାହାକୁ ଆଉ କେହି କରିବା କଥା ଭାବି ପାରିବେନାହିଁ । ଏହି ମିଶନରେ ଏବେ ବି ଆଶା ଲାଗିରହିଛି । ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ରେ ହେଉ କିମ୍ବା ପ୍ରଜ୍ଞାନ ରୋବର୍ ସଂପର୍କ ଶେଷ ହେବା କାରଣରୁ ଇସ୍ରୋକୁ ଏଥିପାଇଁ ଝଟକା ଲାଗିଥିଲେ ମଧ୍ୟ ମିଶନ୍ ଏବେ ବି ଶେଷ ହୋଇନାହିଁ ।