ବିଶ୍ୱକପ ୨୦୧୯: ‘ଯୁଦ୍ଧ’ ପୂର୍ବରୁ ବଢିଲା ଇମ୍ରାନଙ୍କ ଟେନସନ। ସରଫରାଜକୁ ପରାମର୍ଶ ଦେଇ କହିଲେ, କିଭଳି କରିବେ ଭାରତ ଉପରେ ବିଜୟ

388

କନକ ବ୍ୟୁରୋ: ଆଇସିସି ୱାଲର୍ଡ କପ ୨୦୧୯ରେ ଆଜି ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେଉଛି । ହେଲେ ମ୍ୟାଚ ପୂର୍ବରୁ ବଢିଯାଇଛି ପ୍ରତିପକ୍ଷ ଦଳର ଚିନ୍ତା । ସୁପର ସନଡେରେ ଭାରତ-ପାକିସ୍ଥାନ ମଧ୍ୟରେ ହେଉଥିବା କ୍ରିକେଟର ମହାମୁକାବିଲା ପୂର୍ବରୁ ଛାନିଆ ହୋଇଛି ପାକିସ୍ତାନ । ଖେଳ ରଣାଙ୍ଗନରେ ଭାରତକୁ କେମିତି ପାକିସ୍ତାନ ମାତ ଦେବ ଏବଂ କିଭଳି ନିଜ ଦେଶର ଖେଳାଳିଙ୍କ ଆଭିମୁଖ୍ୟ ରହିବ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ ତଥା ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ । ଏଥିପାଇଁ ଇମ୍ରାନ ଖେଳିବା ପୂର୍ବରୁ ପାକ୍ ଅଧିନାୟକ ସରଫରାଜ ଅହମଦକୁ ପରାମର୍ଶ ଦେଇଛନ୍ତି । ଇମ୍ରାନ ସରଫରାଜକୁ କହିଛନ୍ତି କି, ଟସ୍ ଜିତିଲା ପରେ ତାଙ୍କୁ କି ନିଷ୍ପତି ନେବା ଉଚିତ । ପାକ୍ ପ୍ରଧାନମନ୍ତ୍ରୀ ସରଫରାଜକୁ ପରାମର୍ଶ ଦେଇ କହିଛନ୍ତି କି, ଯେ ପର୍ଯ୍ୟନ୍ତ ପିଚ୍ ଓଦା ନ ହୋଇଛି, ସେମାନେ ଟସ୍ ଜିତି ବ୍ୟାଟିଂ କରିବା ଉଚିତ ।

୧୯୯୨ର ବିଶ୍ୱକପର ଖିତାବ ଜିତିଥିବା ଶତ୍ରୁ ଦେଶର ଅଧିନାୟକ ରହିଥିବା ଇମ୍ରାନ ଖାନ ମ୍ୟାଚ ପୂର୍ବରୁ ଅନେକ ଟୁଇଟ କରିଛନ୍ତି । ସେ ନିଜ ଟୁଇଟରେ ପାକିସ୍ତାନ କ୍ରିକେଟ ଟିମକୁ ବି ପରାମର୍ଶ ଦେଇଛନ୍ତି । ଇମ୍ରାନ ଖାନ କହିଛନ୍ତି କି, ଆଜିର ମ୍ୟାଚକୁ ନଜରରେ ରଖି ଉଭୟ ଦଳ ମାନସିକ ସ୍ତରରେ ବହୁତ ଚାପରେ ରହିଥିଲେ । ହେଲେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ମସ୍ତିସ୍କ ଉପରେ କିଭଳି ନିିୟନ୍ତ୍ରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି । ଯାହାକି ମ୍ୟାଚର ପରିଣାମକୁ ଧାର୍ଯ୍ୟ କରିବ । ଆମେ ଭାଗ୍ୟଶାଳୀ କି ସରଫରାଜଙ୍କ ରୂପରେ ଆମ ନିକଟରେ ଜଣେ ସାହସିକ କ୍ୟାପେଟନ ଅଛନ୍ତି । ଆଜି ତାଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ବୋଲି ଟୁଇଟ କରି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି ଇମ୍ରାନ ଖାନ ।

ଖାଲି ଏତିକି ନୁହେଁ ମୈଦାନକୁ ଓହ୍ଲାଇବା ପୂର୍ବରୁ ନିଜ ମନ ଭିତରୁ ସମସ୍ତ ପ୍ରକାରର ଆଶଙ୍କାକୁ ଦୂର କରିବାକୁ ପାକିସ୍ତାନୀ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି ଇମ୍ରାନ । ଏପରିକି କି ପରାଜୟର ଭୟ ମଧ୍ୟ ମନ ଭିତରୁ କାଢିଦେବା ଉଚିତ, କାହିଁକି ନା ମସ୍ତିସ୍କ ଗୋଟିଏ ସମୟରେ ଗୋଟିଏ ହିଁ ବିଚାରକୁ ସଂସୋଧିତ କରିପାରେ । ହାରିବାର ଡର ଏକ ପ୍ରକାରର ନକରାତ୍ନକ ଚିନ୍ତାଧାରା ଏବଂ ରକ୍ଷାତ୍ମକ ରଣନୀତି ଆଡକୁ ଗତିକରିଥାଏ , ଯାହାଦ୍ୱାରା ବିରୋଧିଙ୍କର ଭୁଲଗୁଡିକ ଉପରେ ଧ୍ୟାନ ହଟି ଯାଇପାରେ ।

ଇମ୍ରାନ ଆହୁରୀ ମଧ୍ୟ କହିଛନ୍ତି କି, ଆକ୍ରାତ୍ମକ ରଣନୀତି ପ୍ରସ୍ତୁତ କରିବା ପାଇଁ, ସରଫରାଜଙ୍କୁ ଉନ୍ନତମାନର ବ୍ୟାଟିଂ ଏବଂ ବୋଲିଂ ସହିତ ମୈଦାନକୁ ଓହ୍ଲାଇବାକୁ ହେବ । ଏହି ମ୍ୟାଚରେ ଭାରତ ଯଦିବି ଫେଭରେଟ୍ ରହୁ, ହେଲେ ମସ୍ତିସ୍କରୁ ହାରିବାର ଭୟ କିନ୍ତୁ ବାହାର କରିବାକୁ ପଡିବ । ବାସ୍ ନିଜର ବେଷ୍ଟ ଦିଅ ଏବଂ ଶେଷ ବଲ ପର୍ଯ୍ୟନ୍ତ ଲଢ । ଏହାପରେ ଯାହା ହେବ ଦେଖା ଯିବ ବୋଲି ଖେଳାଳିଙ୍କ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି ଇମ୍ରାନ ଖାନ ।