‘5-T’ ସଚିବଙ୍କ ଆଗରେ ଦୁଃଖ ବଖାଣିଲେ ମହିଳା । ମେଡିକାଲରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ନବୁଝି ଡାକ୍ତର ମୋବାଇଲରେ ଖେଳୁଥିବା ଆଣିଲେ ଅଭିଯୋଗ ।

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଆଜି ରାଉରକେଲା ଯାଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ ।

815

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଆଜି ରାଉରକେଲା ଯାଇଥିଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଏହି ଅବସରରେ ଡାକ୍ତରଙ୍କ ଅବହେଳା ବାବଦରେ ପାଣ୍ଡିଆନଙ୍କ ସାମ୍ନାରେ ଆଜି ନିଜ ଦୁଃଖ ବଖାଣିଛନ୍ତି ଜଣେ ମହିଳା ।
ପାଣ୍ଡିଆନଙ୍କୁ ଭେଟିବାକୁ ମହିଳା ଜଣକ ବାରମ୍ବାର କାକୁତିମିନତି ହୋଇଥିଲେ ବି ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ଭେଟିବାକୁ ଦେଇନଥିଲେ । ପରେ କିନ୍ତୁ ମହିଳାଜଣକ କାନ୍ଦି କାନ୍ଦି ପାଣ୍ଡିଆନଙ୍କ ସାମ୍ନାରେ ଡାକ୍ତରମାନେ କିଭଳି ରୋଗୀଙ୍କ ସ୍ୱାସ୍ଥ୍ୟ ବାବଦରେ ଧ୍ୟାନ ନ ଦେଇ ମୋବାଇଲରେ ଖେଳୁଛନ୍ତି ସେ ବାବଦରେ କହିଥିଲେ ।
ମିଳିଥିବା ସୂଚନା ମୁତାବକ, ସେକ୍ଟର ୨୦ର ମହିଳା ସୀମା ମୁଖିଙ୍କର ନାତି ରାଉରକେଲା ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛି । ମହିଳା ଜଣକ ଅଭିଯୋଗ କରିଥିଲେ ଯେ ତାଙ୍କ ନାତିଙ୍କର ସ୍ୱାସ୍ଥ୍ୟର ସ୍ଥିତି ବାବଦରେ ଡାକ୍ତରଙ୍କୁ ପଚାରିବାରେ ଡାକ୍ତରମାନେ କୌଣସି ସୂଚନା ନ ଦେଇ ମୋବାଇଲରେ ବ୍ୟସ୍ତ ରହୁଛନ୍ତି । ସେହିପରି ମାସ ମାସ ଧରି ରୋଗୀଙ୍କ ପାଇଁ ବେଡ଼ସିଟ ସଫା ହେଉନଥିବା ବେଳେ ରକ୍ତ ପରୀକ୍ଷା ରିପୋର୍ଟ ବାବଦରେ ଅଭିଯୋଗ ଆଣିଥିଲେ । ଏସବୁ ଶୁଣି ପାଣ୍ଡିଆନ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.