କନକ ବ୍ୟୁରୋ: ଭୁବନେଶ୍ୱର ୟୁନିଟ-୯ ଅଂଚଳରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ମର୍ଣ୍ଣିଂ ୱାର୍କରୁ ଫେରିବା ପରେ, ପତ୍ନୀଙ୍କୁ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ୱାମୀ । ଘର ବାରଣ୍ଡାରେ ମହିଳାଙ୍କୁ ଜଳୁଥିବାର ଦେଖି ଘର ମାଲିକ ଦେଖି ପୁଲିସକୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ପୁଲିସ ପହଂଚିବା ବେଳକୁ ମହିଳାଙ୍କ ମୃତ୍ୟୁ ହୋଇ ସାରିଥିଲା ।
ତେବେ ଘର ମାଲିକ ଓ ଭଡାରେ ଥିବା ପରିବାରଙ୍କ ଭିତରେ ଗଣ୍ଡଗୋଳକୁ ନେଇ ଏଭଳି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ତାଙ୍କ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ମୃତ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଘର ଛାଡିବା ନେଇ ଘର ମାଲିକ ଏବଂ ଭଡାଟିଆଙ୍କ ଭିତର ଗଣ୍ଡଗୋଳ ଥାନାରେ ସମାଧାନ ହୋଇଥିଲା ।
ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ସରକାରୀ ଘର ଆଗକୁ ବଢାଇ ବେଆଇନ ଭାବେ ଘର ତୋଳି ଏହାକୁ ଭଡା ଲଗାଯାଇଥିବା ଘର ମାଲିକ ସ୍ୱୀକାର କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/vlcsnap-2018-08-27-11h33m38s616-300x220.png)
/kanak/media/post_attachments/wp-content/uploads/2018/08/vlcsnap-2018-08-27-11h34m16s361-300x220.png)