ଏୟାରଟେଲ୍ ବିରୋଧରେ କେସ୍ ଜିତିଲେ ମହିଳା ! କ୍ଷତିପୂରଣ ବାବଦରେ କମ୍ପାନୀ ଦେଲା ମାତ୍ର ୪୪.୫୦ ଟଙ୍କା

85

ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଏୟାରଟେଲ୍ ବିରୋଧରେ କେସ୍ ଜିତିଛନ୍ତି ଜଣେ ମହିଳା । ମହିଳା ଜଣକ ଇଣ୍ଟରନେଟରେ ସମସ୍ୟା ପାଇଁ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଥିଲେ । ଆଉ ଏୟାରଟେଲ୍ କେସ୍ ହାରି ମହିଳାଙ୍କୁ କ୍ଷତିପୂରଣ ବାବଦରେ ଦେଇଛି ମାତ୍ର ୪୪.୫୦ ଟଙ୍କା ।

ମାମଲାଟି ୨୦୧୫ର ପଟିଦାର ଆନ୍ଦୋଳନ ସମୟରେ ରୁଜୁ ହୋଇଥିଲା । ପଟିଦାର ଅନ୍ଦୋଳନ ସମୟରେ ପ୍ରଶାସନର ଆଦେଶ ଅନୁଯାୟୀ ସହରରେ ୧୦ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଥିଲା । ତେବେ ଅଞ୍ଜନା ବ୍ରହ୍ମଭଟ୍ଟ ନାମକ ଜଣେ ମହିଳା ୫ ଅଗଷ୍ଟରେ ୨ ଜିବିର ଇଣ୍ଟରନେଟ୍ ପ୍ୟାକ୍ ରିଚାର୍ଜ କରିଥିଲେ । ଯାହାର ବୈଧତା ୨୮ ଦିନ ଥିଲା । କିନ୍ତୁ ପୁରା ସହରରେ ୨୬ ଅଗଷ୍ଟରୁ ୪ ସେପ୍ଟେମ୍ବର ଯାଏ ଇଣ୍ଟରନେଟ୍ ସେବା ବନ୍ଦ ଥିଲା ।

ତେଣୁ ଏହି ସମୟ ମଧ୍ୟରେ ହୋଇଥିବା କ୍ଷତି ପାଇଁ ଅଞ୍ଜନା ଏୟାରଟେଲ୍ ବିରୋଧରେ ସ୍ୱର ଉତ୍ତଳନ କରିଥିଲେ । ଅଞ୍ଜନା ନିଜ ଇଣ୍ଟରନେଟ୍ ପ୍ୟାକର ବୈଧତା ୮ ଦିନ ବଢାଇବା କିମ୍ବା ୪୪.୫୦ ଟଙ୍କା ଫେରସ୍ତ ପାଇଁ କମ୍ପାନୀକୁ ଦାବି କରିଥିଲେ । ହେଲେ କମ୍ପାନୀ ମନା କରିଥିଲା ।

ଏହା ପରେ ଅଞ୍ଜନା ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହୋଇଥିଲେ । ଅଞ୍ଜନା ଏହି ମାମଲାଟି ଜିତିଥିଲେ । ଆଉ କୋର୍ଟ କମ୍ପାନୀକୁ କ୍ଷତିପୂରଣ ବାବଦରେ ୧୨ପ୍ରତିଶତ ସୁଧ ସହ ୫୫.୧୮ ଟଙ୍କା ଫେରସ୍ତ କରିବାକୁ ଆଦେଶ ଦେଇଥିଲେ ।