ୱେଟରର ଛୁରା ମାଡରେ ବିଦେଶୀ ମହିଳା ଆହତ : ବାରମ୍ବାର ଫୋନ କରି ଅର୍ଡର କରିବାରୁ ୱେଟର କଲା ଆକ୍ରମଣ 

199

ମୁମ୍ବାଇର ଅଂଧେରୀ ସ୍ଥିତ ଏକ ହୋଟେଲରେ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମନାକୁ ଆସିଛି । ଯେଉଁଠି ଏକ ୱେଟର ହୋଟେଲକୁ ଖାଇବାକୁ ଆସିଥିବା ବିଦେଶୀ ମହିଳା ଉପରେ ଚାକୁ ଦ୍ୱାରା ଆକ୍ରମଣ କରିଛନ୍ତି । ୱେଟରର ନାମ ନିଶାନ୍ତ ଗୌଡା । ଅଭିଯୋଗ ପରେ ପୁଲିସ ତାକୁ ଗିରଫ କରିନେଇଛି ।

ସୂଚନାଯୋଗ୍ୟ, ଏହି ମାମଲା ଅଂଧେରୀର ଜେବି ନଗର ସ୍ଥିତ କୋଶିୟାର ସୁଇଟ୍ସ ହୋଟେଲର । ଅଭିଯୁକ୍ତ ଏହି ହୋଟେଲରେ କାମ କରେ । ସୂଚନା ମୁତାବକ, ମହିଳା ୱେଟରଙ୍କୁ ବାରମ୍ବାର କିଛି ଆଣିବାକୁ କହୁଥିଲୋ । ଏଥିରେ ବିରକ୍ତ ହୋଇ ୱେଟର ମହିଳାର ବେକ ଉପରେ ଚାକୁରେ ଆକ୍ରମଣ କଲା । ମହିଳା ୫ ଜାନୁୟାରୀ ରାତି ହୋଟେଲରେ ବିବାହର ବାର୍ଷିକ ସମାରୋହ ପାଳନ କରୁଥିଲେ । ମହିଳା ଜଣକ ହୋଟେଲର ରୁମ୍ ନମ୍ବର ୨୦୪ରେ ରହୁଥିଲେ ଓ ୱେଟରକୁ ବାରମ୍ବାର କିଛି ଆଣିବାକୁ କହୁଥିଲେ । ଏଥିରେ ବିରକ୍ତ ହୋଇ ୱେଟର ମହିଳାଙ୍କୁ ଚାକୁରେ ଆହତ କରିଦେଲା ।