ଭଦ୍ରକ: ନିଆାଁରେ ପୋଡି ହୋଇ ମହିଳା ମୃତ

20

ଭଦ୍ରକ: ଭଦ୍ରକରେ ଅଘଟଣ । ଚରମ୍ପା ନୂଆପୋଖରୀ ଗାଁରେ ନିଆଁରେ ପୋଡି ହୋଇ ଜଣେ ମହିଳା ଦଗ୍ଧ ହୋଇଯାଇଥିବା ବେଳେ ୭ ବର୍ଷର ଝିଅ ଆହତ ହୋଇଛି । ମୃୃତ ମହିଳା ଜଣକ ହେଲେ ରମାମଣୀ ସିଂ । ଆହତ ଝିଅକୁ ଭଦ୍ରକ ଡାକ୍ତରଖାନାରେ ଭର୍ତି କରାଯାଇଛି  । ପୁଲିସ ରମାମଣୀଙ୍କ ସ୍ୱାମୀ ପ୍ରଦୀପ ସିଂହଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ ଅଶାନ୍ତିରୁ ଏଭଳି ଘଟଣା ଘଟିଥିବାର ଜଣାପଡିଛି ।