୩ ଦିନ ପରେ ଧ୍ୱଂସ ହୋଇପାରେ ପୃଥିବୀ ! ଖ୍ରୀଷ୍ଟିୟାନ ଗବେଷକଙ୍କ ଦୃଢୋକ୍ତି

181

ଧ୍ୱଂସ ହୋଇଯିବ ଦୁନିଆ । ମାତ୍ର ଆଉ ଦିନ କେଇଟାର ଅପେକ୍ଷା । ତା ପରେ ପୂରା ବିଶ୍ୱ ଧ୍ୱଂସମୁଖକୁ ଟାଣି ହୋଇଯିବ । ଖ୍ରୀଷ୍ଟିୟାନ ଧର୍ମର ଏକ ଗବେଷକଙ୍କ ଅନୁଯାୟୀ, ଏହି ମାସରେ ଦୁନିଆ ଧ୍ୱଂସ ହେବାକୁ ଯାଉଛି । ଖ୍ରୀଷ୍ଟିୟାନ ଗବେଷକ ଡେଭିଡ ମିଡେ କହିଛନ୍ତି ଦୁନିଆ ଧ୍ୱଂସ ଆଡକୁ ଗତି କରୁଛି । ଆଉ ଏହି ମାସ ୨୩ ତାରିଖରୁ ଏହାର ଆରମ୍ଭ ହେବ । ଏ ନେଇ ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ କରାଯାଇଛି । ଭିଡିଓରେ କୁହାଯାଇଛି ସେପ୍ଟେମ୍ବର ୨୩ରେ ଆରମ୍ଭ ହେବ ବିଶ୍ୱର ଧ୍ୱଂସ ପ୍ରକିୟା ।
ଏଭଳି ଅନୁମାନ ବୁକ୍ ଅଫ ରିଭିଲେସନର ଏକ ଅଧ୍ୟାୟକୁ ଆଧାର କରି କରାଯାଇଛି । ଏବଂ ପୃଥିବୀ ଧ୍ୱଂସ ହେବାର ସଂକେତ ମଧ୍ୟ ମିଳି ସାରିଲାଣି । ୟୁଟ୍ୟୁବରେ ଅପଲୋଡ ହୋଇଥିବା ଏହି ଭିଡିଓକୁ ୨.୫ ମିଲିୟନ ଲୋକ ଦେଖି ସାରିଲେଣି । ଏହି ଭିଡିଓରେ ସଂପୂର୍ଣ୍ଣ ଘଟଣାବଳୀକୁ ଚିତ୍ରିତ କରାଯାଇଛି ।

୩୩ ନମ୍ବର ସହ କଣ ରହିଛି ସଂଯୋଗ : ଏହି ପୁସ୍ତକରେ କୁହାଯାଇଛି ଯେ, ଆମେରିକାରେ ଦେଖା ଦେଇଥିବା ଚନ୍ଦ୍ରଗ୍ରହଣକୁ ସେପ୍ଟେମ୍ବର ୨୩ରେ ୩୩ ଦିନ ପୂରୁଛି । ତା ଛଡା ଖ୍ରୀଷ୍ଟିୟାନ ଧର୍ମଗୁରୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ମାତ୍ର ୩୩ ବର୍ଷ ବଞ୍ଚିଥିଲେ । ବାଇବେଲରେ ମଧ୍ୟ ଇଲୋହିମଙ୍କ ନାମ ମଧ୍ୟ ୩୩ଥର ଲେଖା ଯାଇଛି । ତେଣୁ ଏହି ୩୩ ନମ୍ବରକୁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

କଣ ହେବ ସେପ୍ଟେମ୍ବର ୨୩ରେ : ଦୁନିଆ ଧ୍ୱଂସ ହେବାର ଆରମ୍ଭ ଏହି ଦିନ ଠାରୁ ଆରମ୍ଭ ହେବ । ଏହିଦିନ ଏଭଳି ଆଶ୍ଚର୍ଯ୍ୟକର ଘଟଣାମାନ ଘଟିବ ଯାହା ଦୁନିଆକୁ ଧ୍ୱଂସ ଆଡକୁ ଟାଣି ନେବ । ଗବେଷକଙ୍କ ଅନୁଯାୟୀ, ଏହି ଦିନ ଏକ ଅଜଣା ଗ୍ରହ ଯାହା ସୂର୍ଯ୍ୟ ଚାରିପଟେ ୩୬୦୦ ବର୍ଷ ଧରି ପରିକ୍ରମା କରୁଥିଲା ତାହା ପୃଥିବୀ ପାଖ ଦେଇ ଚାଲିଯିବ । ଯାହାର ପ୍ରଭାବରେ ବିଭିନ୍ନ ଆଶ୍ଚଯ୍ୟଜନକ ଓ ଭୟଭୀତ କଲାଭଳି ଘଟଣା ଦେଖାଦେବ । ଏଭଳି ଘଟଣା ପ୍ରଥମଥର ପାଇଁ ପୂରା ବିଶ୍ୱ ଦେଖିବ ।
କିନ୍ତୁ ଆମେରିକାର ଗବେଷଣା ସଂସ୍ଥା ନାସା ଏଭଳି କାଳ୍ପନିକ କଥାକୁ ଅସ୍ୱୀକାର କରିଛି । ନାସାର ସିନିୟର ବୈଜ୍ଞାନିକ ଡେଭିଡ ମୋରିସନଙ୍କ କହିବା ଅନୁଯାୟୀ, ମହାକାଶରେ ଏଭଳି କୌଣସି ଗ୍ରହ ନାହିଁ । କେବଳ ଲୋକଙ୍କୁ ଡରାଇବା ଓ ଭୟଭୀତ କରିବା ପାଇଁ ଏଭଳି ଗୁଜବ ଉଠୁଛି ।ପୂର୍ବରୁ ମଧ୍ୟ ଅନେକଥର ଏଭଳି ଗୁଜବ ସାମ୍ନାକୁ ଆସିଛି । କିନ୍ତୁ ଦିନ ବିତିଯାଇଛି ମାନବ ସମାଜ ସେହିଭଳି ତିଷ୍ଠି ରହିଛି ।
ସୌଜନ୍ୟ – ଆଜତକ୍