କନକ ବ୍ୟୁରୋ : ଚିିଲିକା କୂଳରୁ ଖୁବଶୀଘ୍ର ସ୍ଥାନାନ୍ତର ହେବ ମାଲେସିଆ ଜାହାଜ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ, ଜଳପଥରେ ସ୍ଥାନାନ୍ତର ହେବ । ତେଲ ଲିକ୍ ହେବ ନାହିଁ । ସେପଟେ ଜାହାଜ ଚିଲିକା ପ୍ରତି ବିପଦ ସୃଷ୍ଟି କରିଛି ବୋଲି କୁହାଯାଉଛି । ବିଶେଷ କରି ଜାହାଜରେ ଥିବା ୩୩ ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ବଢିଯାଇଛି ଚିନ୍ତା । ପରିବେଶବିତ ବି ଏନେଇ ଚିନ୍ତା ପ୍ରକଟ କରିଛନ୍ତି ।
ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି, ଜୈବ ବିବିଧତା ଉପରେ ଏହାର କୁପ୍ରଭାବ ପଡିବ । ମାଛ ଉତ୍ପାଦନ ପ୍ରଭାବିତ ହେବା ସହ ଚିଲିକା ଉପରେ ପ୍ରଭାବ ପଡିବ । ମାଲେସିଆରୁ ବାଂଲାଦେଶ ଯାଉଥିବା ଜାହାଜଟି ଗୋପାଳପୁର ସମୁଦ୍ର ଭିତରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଅଚଳ ହୋଇପଡିଥିଲା । ଆଉ ଭାସିଭାସି ଆସି ଲାଗିଥିଲା ଚିଲିକା ନିକଟ ରାଜହଂସ ସମୁଦ୍ରରେ । ଜାହାଜ କଂଟେନରରେ ରହିଥିବା ଏକ ବିରାଟ ଫାଟ ଦୁର୍ଘଟଣା ନେଇ ସନ୍ଦେହ ବଢାଉଛି । ଅଗଷ୍ଟ ୭ ତାରିଖରୁ ଚିଲିକା ନିଟକ ସମୁଦ୍ରରେ ଲାଗିଥିଲା ମାଲେସିଆର ଜିନ୍ ହକ ଜାହାଜଟି ଅତି ବିପଦ ସଂକୂଳ ଅବସ୍ଥାରେ ରହିଛି । ଏହାକୁ ଜଗି ରହିଛନ୍ତି ସ୍ଥାନୀୟ ଖିରିସାହି ଗାଁ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/Screen-Shot-2019-08-22-at-4.24.16-PM.png)