ଦୀର୍ଘଦିନର କଳ୍ପନାଜଳ୍ପନାର ହେଲା ଅନ୍ତ । ଧର୍ମଶାଳାରେ ପୁଣି ଖୋଲିବ କ୍ରସର

ଯାଜପୁର ଧର୍ମଶାଳା ଅଂଚଳରେ ପୁଣି ଖୋଲିବ କ୍ରସର

368

କନକ ବ୍ୟୁରୋ : ଯାଜପୁର ଧର୍ମଶାଳା ଅଂଚଳରେ ପୁଣି ଖୋଲିବ କ୍ରସର । ଦୀର୍ଘ ଦିନର କଳ୍ପନାଜଳ୍ପନା ପରେ ମିଳି ସାରିଛି ମଞ୍ଜୁରି । ଇଡକୋ ଜରିଆରେ କ୍ରସର ମାଲିକଙ୍କୁ ଯୋଗାଇ ଦିଆଯିବ ଜମି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପ୍ରଶାସନ ବନ୍ଦ କରିଥିବା ଶତାଧିକ କ୍ରସର ମଧ୍ୟରୁ ଥଇଥାନ ହେବେ ୧୬୧ କ୍ରସର । ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଥଇଥାନ ହେବ କ୍ରସର ହବ୍ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯାଜପୁର ଧର୍ମଶାଳାରେ ୧୬୧ଟି କ୍ରସର ଥଇଥାନ ହେବ ।

ପ୍ରଦୂଷଣ ଯୋଗୁଁ ପ୍ରଶାସନ ୨୦୧୪ ମସିହାରେ ବନ୍ଦ ପଡିଥିବା ଶତାଧିକ କ୍ରସର ମଧ୍ୟରୁ ୪୮ଟି କ୍ରସରକୁ ପରିବେଷର ମଞ୍ଜୁରି ମିଳି ସାରିବା ପରେ କ୍ରସର ହବ୍ ପାଇଁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଜାତୀୟ ରାଜପଥ ଏବଂ ଗାଁଠାରୁ ଗୋଟିଏ କିଲୋମିଟର ଦୂରରେ କ୍ରସର ବସାଇବାର ନିଷ୍ପତି ନେଇଛି ପ୍ରଶାସନ । କ୍ରସରର ଥଇଥାନ ଓ ଜମି ଯୋଗାଇକୁ ନେଇ କୋର୍ଟଙ୍କ ଗ୍ରୀନ୍ ସିଗ୍ନାଲ ମିଳିବା ପରେ କାମ ଆଗେଇଛି ।

କ୍ରସର ହବ୍କୁ ଧର୍ମଶାଳା ବିଧାୟକ ସମର୍ଥନ କରୁଥିବା ବେଳେ, ପ୍ରଦୂଷଣ ସହ ସମସ୍ତ କାରବାରରେ ସ୍ୱଚ୍ଛତା ଆଣିବାବାକୁ କ୍ରସର ହବ୍ କରାଯିବ ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି । ଅନେକ କ୍ରସର ନିୟମକୁ ଉଲଂଘନ କରୁଥିବାରୁ ୫ ବର୍ଷ ତଳୁ ଶତାଧିକ କ୍ରସରକୁ ସିଲ କରିଥିଲା ପ୍ରଶାସନ । ଫଳରେ କ୍ରସର ବ୍ୟବସାୟୀ ବ୍ୟବସାୟ ବନ୍ଦ ହେବା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।