କନକ ବ୍ୟୁରୋ : ଖୁବଶୀଘ୍ର ୨୪ଘଣ୍ଟିଆ ରକ୍ତ ପରୀକ୍ଷା ବ୍ୟବସ୍ଥା ଏସସିବିରେ ଆରମ୍ଭ ହେବ। ଆଉଟ ସୋର୍ସିଂ ବ୍ୟବସ୍ଥାରେ ଏହାକୁ କାର୍ଯ୍ୟକାରୀ କରାଯିବ। ତା’ ସହିତ ବାରକୋଡିଂ ବ୍ୟବସ୍ଥା ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରକାରୀ ସ୍ତରରେ ଆରମ୍ଭ ହୋଇଥିବା ଏସସିବି ପ୍ରଶାସନିକ ଅଧକାରୀ କଳ୍ପତରୁ ବେହେରା ସୂଚନା ଦେଇଛନ୍ତି।

Advertisment

publive-imageସୂଚନା ଅନୁସାରେ, ନିଦାନ କେନ୍ଦ୍ରରେ ସକାଳୁ ୪ଟା ୫ଟା ପର୍ଯ୍ୟନ୍ତ ବିଭିନ୍ନ ରକ୍ତ ପରୀକ୍ଷା ହୋଇ ପାରୁଥିବାବେଳେ ତାପରଠାରୁ ସବୁ ପରୀକ୍ଷା ବନ୍ଦ। କେବଳ ରାତି ପର୍ଯ୍ୟନ୍ତ ପରୀକ୍ଷା ରିପୋର୍ଟ ଆଣିବା ପାଇଁ ଲମ୍ବୁଛି ରୋଗୀଙ୍କ ଲମ୍ବା ଲାଇନ୍। ହଠାତ୍ ରାତିରେ ଯଦି କେହି ଗୁରୁତର ରୋଗୀ ଏସସିବିରେ ପହଞ୍ଚେ ତେବେ ତାର କୌଣସି ପରୀକ୍ଷା ଏସସିବିରେ ହୋଇ ପାରୁ ନାହିଁ। ଗୁରୁତର ରୋଗୀ ବାଧ୍ୟ ହୋଇ ବାହାର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଭରସାରେ ରହୁଛନ୍ତି।

ଗୋଟିଏ ପଟେ ଏସସିବିରେ ନିଦାନ, ନିରାମୟ ଯୋଜନାରେ ସବୁ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିପାରୁଥିବାବେଳେ ସଂଧ୍ୟା ପରଠାରୁ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାକୁ ଛାଡିଦେଲେ ସମସ୍ତ ରକ୍ତ, ଅଲଟ୍ରାସାଉଣ୍ଡ ପରୀକ୍ଷା ବନ୍ଦ ରହୁଛି। ୭/୮ମାସ ତଳେ ଏସସିବିରେ ୨୪ଘଣ୍ଟିଆ ରୋଗ ପରୀକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଏକ ପ୍ରସ୍ତାବ ଦିଆଯାଇଥିଲା। ଏ ସଂପର୍କରେ ଏସସିବିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ୨୪ଘଣ୍ଟିଆ ପରୀକ୍ଷା ବ୍ୟବସ୍ଥା ପିପିପି ମୋଡରେ କାର୍ଯ୍ୟକାରୀ ହେବ ଓ ଆଉଟସୋର୍ସିଂ ବ୍ୟବସ୍ଥାରେ ରୋଗ ପରୀକ୍ଷା ହେବ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।