ଏଣିକି ଗାଁ ଛାଡିଲେ ବି ଆଉ ରହିବନି ରାସନ ଚିନ୍ତା। ମୋଦି ସରକାରଙ୍କ ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନା। ଜୁନ ପହିଲାରୁ ଦେଶରେ ଲାଗୁ ହେବ ନୂଆ ବ୍ୟବସ୍ଥା

ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଲାସ ପାଶୱାନ୍ । କହିଲେ, ଖାଦ୍ୟ ସୁରକ୍ଷା ଆଇନରେ ସୁବିଧାରେ ସାମଗ୍ରୀ ପାଇପାରିବେ ହିତାଧିକାରୀ

605

କନକ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ । ଜୁନ ପହିଲାରୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ । ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ମଧ୍ୟ ଦେଶର ଯେ କୌଣସି ଠିକଣାରୁ ରିହାତି ଦରରେ ଯୋଗାଇ ଦିଆଉଥିବା ଖାଦ୍ୟ ସାମଗ୍ରୀ ପାଇପାରିବେ ।

ମୋଦି ସରକାରଙ୍କ ଅନ୍ୟତମ ମହତାକାଂକ୍ଷୀ ଯୋଜନା- ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଏହି ନୂଆ ବ୍ୟବସ୍ଥା ଅନୁସାରେ ହିତାଧିକାରୀ ଭାରତର ଯେ କୌଣସି ରାଜ୍ୟରୁ ରାସନ୍ ସାମଗ୍ରୀ ଉଠାଇପାରିବେ । ଖାଦ୍ୟ ସୁରକ୍ଷା ଆଇନ୍ ଜରିଆ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରେ ଏଣିକି ଭୌଗଳିକ ଅବସ୍ଥିତି ବାଧକ ହେବ ନାହିଁ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଜରିଆରେ ବର୍ତମାନ ଦେଶର ୭୫ କୋଟି ହିତାଧିକାରୀ ଉପକୃତ ହେଉଛନ୍ତି । ବର୍ତମାନ ସମୟରେ ୧୨ଟି ରାଜ୍ୟରେ ଇଂଟର-ପୋଟାବିଲିଟି ବ୍ୟବସ୍ଥା ମଧ୍ୟ ଚାଲିଛି । ଆଉ ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଲାଗୁ ହେଲେ, ରାସନ କାର୍ଡ ଯେଉଁ ଠିକଣାରେ ଥିଲେ ମଧ୍ୟ ଦେଶର ଯେ କୌଣସି ଠିକଣାରୁ ରିହାତି ଦରରେ ଯୋଗଇ ଦିଆଉଥିବା ଖାଦ୍ୟ ସାମଗ୍ରୀ ପାଇପାରିବେ । ତେବେ ଏହା ପୂର୍ବରୁ ଗତ ଡିସେମ୍ବର ୩ ତାରିଖରେ ରାମ ବିଳାସ ପାଶୱାନ୍ କହିଥଲେ, ଜୁନ୍ ଶେଷ ସୁଦ୍ଧା ସାରା ଦେଶରେ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ ।