ସୁପ୍ରିମକୋର୍ଟରେ ଆଜି ବି ହୋଇପାରିଲାନି କର୍ଣ୍ଣାଟକ ସଙ୍କଟର ସମାଧାନ। ଆସନ୍ତାକାଲି ଆସିବ ରାୟ

ପ୍ରଧାନ ବିଚାରପତି କହିଲେ, ବାଚସ୍ପତିଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ; କିନ୍ତୁ ଇସ୍ତଫା ବାବଦରେ ତୁରନ୍ତ ପଦକ୍ଷେପ ନେବାକୁ ଦେଲେ ନିର୍ଦ୍ଦେଶ

66

କନକ ବ୍ୟୁରୋ: ସୁପ୍ରିମକୋର୍ଟରେ ଆଜି ବି ବାହାରିପାରିଲାନି କର୍ଣ୍ଣାଟକ ରାଜନୈତିକ ସଂକଟର ସମାଧାନ । ବିଦ୍ରୋହୀ ବିଧାୟକଙ୍କୁ ନେଇ ଆଜି ଚୂଡାନ୍ତ ଫଇସଲା ଆସିପାରିନାହିଁ । ଏନେଇ ଆସନ୍ତାକାଲି ଶୁଣାଣୀ ହେବ । ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ବାଚସ୍ପତି କଣ କରିବେ ସେ ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାଚସ୍ପତି ଗ୍ରହଣ କରିବେ ନା ନାହିଁ ସେ ନେଇ ଖଣ୍ଡପୀଠ କୌଣସି ହସ୍ତକ୍ଷେପ କରିବେ ନାହିଁ ।

କୋର୍ଟ କେବଳ ଏହା ଦେଖିବେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବାଚସ୍ପତି ପ୍ରଥମେ କେଉଁ ନିଷ୍ପତି ନେଇ ପାରିବେ । ସିଜେଆଇଙ୍କ ଟିପ୍ପଣୀ ପରେ ବିଦ୍ରୋହୀ ବିଧାୟକଙ୍କୁ ଝଟକା ଲାଗିଛି । ସୁପ୍ରିମକୋର୍ଟରେ ବିଦ୍ରୋହୀ ବିଧାୟକଙ୍କ ଓକିଲ ମୁକୁଲ ରୋହତଗି ପକ୍ଷ ରଖିଛନ୍ତି । ରୋହତଗି କହିଛନ୍ତି ବିଧାୟକ ଇସ୍ତଫା ଦେବାକୁ ଚାହିଁଲେ ବାଚସ୍ପତି ବଳପୂର୍ବକ ଇସ୍ତଫା ରୋକିପାରିବେ ନାହିଁ । ସେହିପରି ବାଚସ୍ପତି କେଆର ରମେଶ କୁମାରଙ୍କ ପକ୍ଷ ରଖିଛନ୍ତି ଓକିଲ ଅଭିଷେକ ମନସିଂଘଭି । ସିଂଘଭି କହିଛନ୍ତି ଇସ୍ତଫା ଦେଇଥିବା ବିଧାୟକମାନେ ଇସ୍ତଫା ଦେବା ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହିଥିଲେ । ସେପଟେ ଗୁରୁବାର କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ।

Comments are closed.