ମହାରାଷ୍ଟ୍ରରେ ସରକାର ଗଠନ ନେଇ ସସପେନ୍ସ ଜାରି: ଆଜି ରାଜ୍ୟସଭାରେ ତଥ୍ୟ ରଖିବେ ଗୃହ ମନ୍ତ୍ରୀ, କେଉଁ ପରିସ୍ଥିତିରେ ଜାରି ହେଲା ରାଷ୍ଟ୍ରପତି ଶାସନ ସେ ନେଇ ରଖିବେ ବିବୃତି

ସେପଟେ, ଆଜି ପୁଣି ବସିବ କଂଗ୍ରେସ-ଏନସିପି ବୈଠକ

234

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେବି ସସପେନ୍ସ ଜାରି । ଆଜି ପୁଣି ବସିବ କଂଗ୍ରେସ- ଏନସିପି ବୈଠକ । ସେପଟେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ଆଜି ରାଜ୍ୟସଭାରେ ତଥ୍ୟ ରଖିବେ ଗୃହମନ୍ତ୍ରୀ ଅମିତ୍ ଶାହା । ମହାରାଷ୍ଟ୍ରରେ କୌଣସି ରାଜନୈତିକ ଦଳ ସରକାର ଗଠନ କରି ନପାରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରୀଶ କରିଥିଲେ । ରାଜ୍ୟପାଳଙ୍କ ସୁପାରୀଶକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ଦେଇଥିଲେ ।

ତା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ମଞ୍ଜୁର ଦେଇଥିଲେ । ଅନ୍ୟପଟେ ଆସନ୍ତା ୨୨ ତାରିଖରେ ଶିବସେନା ବିଧାୟକଙ୍କ ବୈଠକ ଡାକିଛନ୍ତି ଉଦ୍ଧବ ଠାକରେ । ନିର୍ବାଚନ ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ତାପରେ ଏନସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ଉଦ୍ୟମ ଚଳାଉଛି ଶିବସେନା । ହେଲେ କଂଗ୍ରେସ ଓ ଏନସିପି କୌଣସି ଚୂଡାନ୍ତ ନିଷ୍ପତି ନେଇ ନପାରିବାରୁ ସସପେନ୍ସ ଜାରି ରହିଛି ।