ପୂର୍ବତଟ ରେଳବାଇ ମୁଖ୍ୟଙ୍କ ସୂଚନା : ଭୁବନେଶ୍ୱର ପରେ ପୁରୀ ଓ କଟକ ଷ୍ଟେସନରେ କାର୍ଯ୍ୟକାରୀ ହେବ ୱାଇ ଫାଇ :

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରଥଯାତ୍ରା ପୂର୍ବରୁ ଭୁବନେଶ୍ୱର ପରେ ପୁରୀରେ ହେବ ୱାଇଫାଇ ବ୍ୟବସ୍ଥା । ପରେ ପରେ ଡିସେମ୍ବରରେ କଟକ ଷ୍ଟେସନରେ ମଧ୍ୟ ୱାଇଫାଇ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏଭଳି ସୂଚନା ଦେଇଛନ୍ତି ପୂର୍ବତଟ ରେଳ ମହାପ୍ରବନ୍ଧକ । ଏହା ସହ ପୂର୍ବତଟ ରେଳପଥ ପକ୍ଷରୁ ୫୨ଟି ଷ୍ଟେସନକୁ ଆଦର୍ଶ ଷ୍ଟେସନ କରାଯିବ । ଟ୍ରେନ ଯାତ୍ରାରେ ମହିଳାଙ୍କ ସୁରକ୍ଷା ପାଇଁ ୨ଶହ କୋଚରେ ସିସିଟିଭି ବ୍ୟବସ୍ଥା ହେବ । ରଥଯାତ୍ରା ପୂର୍ବରୁ ୧୫୭ କି.ମି ରେଳ ଲାଇନ ଦୋହରୀକରଣ କରାଯିବ ସହ ୨୭୭ କିମି ରେଳ ଲାଇନ ବିଦ୍ୟୁତିକରଣ ହେବ । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗିରର ରେଳ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମାର୍ଚ୍ଚ ମାସରୁ ଖୋର୍ଦ୍ଧ। ଓ ନୟାଗଡ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହେବ । ଜୁଲାଇ ପୂର୍ବରୁ ଖୋର୍ଦ୍ଧ। ଓ ବୋଲଗଡ ପାଇଁ ଟ୍ରେନ ଚଳାଚଳ ହେବ ବୋଲି ପୂର୍ବତଟ ରେଳ ମହାପ୍ରବନ୍ଧକ ରାଜୀବ ବିଷୋଇ କହିଛନ୍ତି ।