କନକ ବ୍ୟୁରୋ : ଅସ୍ତରଙ୍ଗ କାକଟପୁର ବ୍ଳକ ସୁହାଗପୁର ପଂଚାୟତରେ ମାଙ୍କଡ଼ ଉତ୍ପାତ ଯୋଗୁଁ ଏବେ ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ପାଖାପାଖି ୨୫ ଦିନ ହେବ ମାଙ୍କଡ ସ୍ଥାନୀୟ ଅଂଚଳରେ ଉତ୍ପାତ କରୁଥିଲେ ମଧ୍ୟ ବନବିଭାଗ କାବୁ କରିପାରିନାହିଁ । ମାଙ୍କଡ ଆକ୍ରମଣରେ ୩୦ରୁ ଅଧିକ ଜଣ ଆହତ ହେଲେଣି । ଆଜି ମଧ୍ୟ ମାଙ୍କଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଲୋକେ ଭୟରେ ଦିନ ରାତି କବାଟ ବନ୍ଦ କରି ଘରେ ରହୁଛନ୍ତି ।
ଏଯାଏ ଟ୍ରାଂକୁଲାଇଜର ଟିମ ପହଞ୍ଚିନଥିବାରୁ ମାଙ୍କଡ଼ଙ୍କୁ ଧରିବା ସମ୍ଭବ ହେଉ ନଥିବା କୁହାଯାଉଛି । ମାଙ୍କଡକୁ ଧରିବାକୁ ବନବିଭାଗ ପକ୍ଷରୁ ଯନ୍ତା ବସାଯାଇଛି । ଏପଟେ ୩ ଦିନ ମଧ୍ୟରେ ଟ୍ରାଂକୁଲାଇଜର ଟିମ ନପହଚିଂଲେ ରେଂଜର କାର୍ଯ୍ୟାଳୟ ଘେରିବାକୁ ଲୋକେ ଚେତାବନୀ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/Monkey.jpg)
/kanak/media/post_attachments/wp-content/uploads/2018/03/Monkey1-300x180.jpg)