କନକ ବ୍ୟୁରୋ : ରକ୍ଷା କରିବା ପାଇଁ ବନ୍ଧାଯାଉଥିବା ପବିତ୍ର ସୂତାକୁ ରାକ୍ଷୀ ପୂର୍ଣ୍ଣିମା କୁହାଯାଏ । ଏହି ପର୍ବକୁ କେବଳ ଓଡିଶା ନୁହେଁ ବରଂ ସାରା ଦେଶରେ ପାଳନ କରାଯାଏ । ଏହାକୁ ଶ୍ରାବଣ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ଓଡିଆ ମାନେ ଏହାକୁ ପ୍ରଭୁ ବଳଭଦ୍ରଙ୍କର ଜନ୍ମ ତିଥି ଭାବରେ ମଧ୍ୟ ପୂଜା କରନ୍ତି । ଶ୍ରୀମନ୍ଦିରରେ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧନ୍ତି । ପରମ୍ପର ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହି ପବିତ୍ର ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରିଥାଆନ୍ତି ।
/kanak/media/post_attachments/wp-content/uploads/2019/08/download-3.jpg)