ଗାଡ଼ିରେ ସିଏନଜି ଭର୍ତ୍ତି ସମୟରେ କାହିଁକି ଓହ୍ଲାଇ ପଡନ୍ତି ଲୋକ ? ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ ଏହାର କାରଣ

2

ଦେଶର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୮ତମ ବାର୍ଷିକ ସିଆମ ସମ୍ମେଳନରେ ଘୋଷଣା କରୁଥିବା ସମୟରେ କହିଲେ କି ବର୍ଷ ୨୦୩୦ ପର୍ଯ୍ୟନ୍ତ ୧୦,୦୦୦ ସିଏନଜି ଷ୍ଟେସନ୍ ଖୋଲାଯିବ । ଏପ୍ରିଲ ୨୦୧୮ ପର୍ଯ୍ୟନ୍ତ ଭାରତରେ ମୋଟ୍ ୧,୪୨୪ ସିଏନଜି ଷ୍ଟେସନର ଗଣନା କରାଯାଇଛି ଓ ଏମଧ୍ୟରୁ ପାଖାପାଖି ୮୨ ପ୍ରତିଶତ ସିଏନଜି ଫିଲିଙ୍ଗ ଷ୍ଟେସନ୍ ଗୁଜରାତ, ନୂଆଦିଲ୍ଲୀ ଓ ମହାରାଷ୍ଟ୍ରରେ ଅବସ୍ଥିତ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି କାରରେ ସିଏନଜି ଫିଲିଙ୍ଗ ସମୟରେ କାରରୁ ଓହ୍ଲାଇବା ପାଇଁ କାହିଁକି କୁହାଯାଇଥାଏ । ଲୋକଙ୍କୁ ପ୍ରତ୍ୟେକ ସିଏନଜି ପମ୍ପରେ ଏହାକୁ ନେଇ ନୂଆ ନୂଆ ତଥ୍ୟ ଶୁଣିବାକୁ ମିଳେ, କିନ୍ତୁ ଏହାର ଅସଲ କାରଣ କମ୍ ଲୋକ ଜାଣିଛନ୍ତି । ଅଟୋ ଏକ୍ସପର୍ଟଙ୍କ ଅନୁସାରେ, ସିଏନଜି ଫିଲିଙ୍ଗ ସମୟରେ ଗାଡ଼ିରୁ ଓହ୍ଲାଇବାର ଦୁଇଟି କାରଣ ଅଛି ।

ଏହାର ପ୍ରଥମ କାରଣ ଏହା ଯେ, ଭାରତରେ ଅଧିକାଂଶ ଗାଡି ଫ୍ୟାକ୍ଟ୍ରି ଫିଟେଡ୍ ସିଏନଜି ଭେରିଏଣ୍ଟ ରେ ନାହିଁ । ସେଥିପାଇଁ କେତେକ ଗାଡିରେ ବାନଟ୍ ଭିତରେ ଫିଲର ନୋଜଲ୍ ଥାଏ, ଯାହା କାରଣରୁ ବାନଟ୍ କୁ ଅନେକ ଥର ବନ୍ଦ ଓ ଖୋଲା କରାଯାଇଥାଏ ଓ ଏମିତିରେ କାରରେ ବସିଥିବା ଯାତ୍ରୀଙ୍କୁ ଜଣା ନଥାଏ ଯେ, ଫିଲର୍ ନୋଜଲ କେଉଁଠି ଥାଏ ଓ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଓହ୍ଲାଯାଇଥାଏ ।

ଦ୍ୱିତୀୟ କାରଣ ଏହା ଯେ, ସିଏନଜି ଫିଲିଙ୍ଗ କରୁଥିବା ସମୟରେ କାରରୁ ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ଓହ୍ଲାଯାଏ । କାହିଁକିନା ସିଏନଜି ଭର୍ତ୍ତି କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର କାରଣରୁ କୈାଣସି ପ୍ରକାରର ଦୁର୍ଘଟଣା ଘଟିଯାଏ ବା ଫାଟିଯାଏ, ତେବେ କାର ବାହାରେ ଥିବା ଲୋକଙ୍କ ପାଖରେ ନିଜ ଜୀବନ ବଂଚାଇବା ପାଇଁ ଭଲ ବିକଳ୍ପ ଥାଏ ।

Comments are closed.