ସବୁ କମ୍ପାନୀର ବ୍ଲେଡ ମଧ୍ୟରେ କାହିଁକି ଥାଏ ଏକା ଭଳି ଡିଜାଇନ୍ ? ଜାଣନ୍ତୁ ଏହାର ରୋଚକ କାରଣ

623

ସେଭିଙ୍ଗ କିମ୍ବା ବାଳ କାଟିବା ସମୟରେ ଆପଣ କେବେ ନା କେବେ ନିଶ୍ଚୟ ବ୍ଲେଡ ଦେଖିଥିବେ । ମାର୍କେଟରେ ଏମିତି ଅନେକ କମ୍ପାନୀ ଅଛି, ଯିଏ ବ୍ଲେଡ ତିଆରି କରନ୍ତି । କିନ୍ତୁ ଏହା ମଧ୍ୟରେ ଏକ ବିଶେଷ କଥା ଏହା ଯେ, ବ୍ଲେଡର ମଧ୍ୟରେ ଥିବା ଡିଜାଇନ୍ ସବୁଥିରେ ଏକା ଭଳି ହୋଇଥାଏ । ପ୍ରତ୍ୟେକ କମ୍ପାନୀର ବ୍ଳେଡ ମଧ୍ୟରେ ଥିବା ଡିଜାଇନ୍ ଏକା ଭଳି ହେବାର କାରଣ କ’ଣ ଜାଣନ୍ତୁ ।

ବର୍ଷ ୧୯୦୧ରେ ଜିଲେଟ୍ କମ୍ପାନୀର ସଂସ୍ଥାପକ, କିଙ୍କ କ୍ୟାମ୍ପ ଜିଲେଟ୍ ନିଜ ସହଯୋଗୀ ୱିଲିୟମ୍ ନିକର୍ସନଙ୍କ ସହିତ ମିଶି ବ୍ଲେଡର ଡିଜାଇନ୍ କରିଥିଲେ । ସେହି ବର୍ଷ ସେ ଡିଜାଇନର ପେଟେଂଟ ବି କରିନେଇଥିଲେ ଏବଂ ୧୯୦୪ରେ ବ୍ଲେଡର ଉତ୍ପାଦନ ଆରମ୍ଭ କରିଦେଲେ ।

ପ୍ରାରମ୍ଭରେ ଜିଲେଟ ହିଁ ଏକମାତ୍ର ଏମିତି କମ୍ପାନୀ ଥିଲା ଯିଏ ବ୍ଲେଡ ଓ ରେଜରର ନିର୍ମାଣ କରିଥିଲା । ସେହି ସମୟରେ ବୋଲ୍ଟ ଜରିଆରେ ରେଜରରେ ବ୍ଲେଡ ଫିଟ୍ କରାଯାଉଥିଲା । ସେଥିପାଇଁ ବ୍ଳେଡର ମଝିରେ ବିଶେଷ ପ୍ରକାରର ଡିଜାଇନ୍ ତିଆରି କରାଯାଇଥିଲା । ଜିଲେଟ୍ କମ୍ପାନୀର ବ୍ୟବସାୟ ଆଗକୁ ବଢ଼ିବାରୁ ମାର୍କେଟକୁ ଅନ୍ୟ କମ୍ପାନୀ ଆସିଲେ ।  ସେମାନେ ପୁରୁଣା ଡିଜାଇନକୁ ନକଲ କରିନେଲେ । ସେତେବେଳେ ଜିଲେଟ୍ ହିଁ ଏକମାତ୍ର କମ୍ପାନୀ ଥିଲା, ଯିଏ ରେଜର ତିଆରି କରୁଥିଲା । କମ୍ପାନୀ ନୂଆ ଡିଜାଇନ୍ କଲେ ତାହା ରେଜରରେ ଫିଟ୍ ବସୁନଥିଲା । ସେଥିପାଇଁ ଯେଉଁ ଡିଜାଇନ୍ କିଙ୍ଗ କ୍ୟାପ୍ ତିଆରି କରିଥିଲା, ତାହା ଆଗକୁ ଆଗକୁ ଅନୁସରଣ ହେବାକୁ ଲାଗିଲା । ଆଉ ସମସ୍ତ କମ୍ପାନୀର ବ୍ଲେଡର ଡିଜାଇନ୍ ଏକା ଭଳି ହେଲା ।