କାହିଁକି ଖାଇବେ ଗୁଜୁରାତି ? ଜାଣନ୍ତୁ କ’ଣ ମିଳିବ ଫାଇଦା ।

131

ଗୁଜୁରାତିକୁ ସଧାରଣତଃ ଆମେ ମସଲା ରୂପେ ବ୍ୟବହାର କରିଥାଉ । ଏହା ସୁଗନ୍ଧ ଯୁକ୍ତ ଏବଂ ସ୍ୱାସ୍ଥ୍ୟକର । ଗୁଜୁରାତି ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଲୋକମାନେ ଗୁଜୁରାତିକୁ ମସଲାରେ ବ୍ୟବହାର କରୁଥିଲେ ବି ଏହାର ଉପକାରୀ ଗୁଣ ବିଷୟରେ ବିଶେଷ କିଛି ଜାଣିନଥାନ୍ତି । ଆସନ୍ତୁ ଜାଣିବା ଗୁଜୁରାତି ଖାଇବାର ଅନେକ ଫାଇଦା ବିଷୟରେ ।

ଅଧିକ ଖାଇବା କ୍ଷତିକାରକ
ଏହା ନୁହେଁ ଯେ ସ୍ୱାସ୍ଥ ପାଇଁ ହିତକରକ ଜାଣି ଏହାକୁ ଅଧିକ ଖାଇବାକୁ ଲାଗିବେ । ଗୁଜୁରାତି ଅଧିକ ଖାଇବା ମଧ୍ୟ ସ୍ୱାସ୍ଥ ପାଇଁ ହାନିକାରକ ।  ଏଥିପାଇଁ ପ୍ରତ୍ୟେକ ଦିନ ୨-୩ ଟି ଗୁଜୁରାତି ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ।

ହୃତପିଣ୍ଡର ସ୍ପନ୍ଦନରେ ସୁଧାର ଆଣିଥାଏ

ଆଜିକାଲି ହୃଦରୋଗ ସାଧାରଣ ରୋଗ ହୋଇଗଲାଣି । ଅନେକ ଥର ଲୋକଙ୍କର ହୃତପିଣ୍ଡର ସ୍ପନ୍ଦନ କମ ହୋଇଯାଏ । ଏଥିପାଇଁ ଛୋଟ ଅଳେଇଚ ଖାଇବା ହିତକର ହୋଇଥାଏ । ଗୁଜୁରାତିରେ ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ପରି ଖଣିଜପଦାର୍ଥ ଭରପୁର ଥାଏ । ଶରୀରରେ ଥବା ତରଳ ଓ ପେଶୀର ମୁଖ୍ୟ ତତ୍ୱ ପୋଟାସିୟମ ହୋଇଥାଏ । ତେଣୁ ଗୁଜୁରାତି ଖାଇବା ଦ୍ୱାରା ଶରୀରକୁ ପୋଟାସିୟମ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ ।

ଫୁସଫୁସର ସମସ୍ୟା ଦୂର କରିଥାଏ

ଗୁଜୁରାତି ଖାଇବା ଦ୍ୱାରା ଫୁସଫୁସରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ । ଫଳରେ ପ୍ରଶ୍ୱାସ ନେବା ସମସ୍ୟା ଯଥା ଆଜମା, ଥଣ୍ଡା ଓ କାଶରୁ ମୁକ୍ତି ମିଳିଥାଏ । ଆୟୁର୍ବେଦ ଅନୁସାରେ ଗୁଜୁରାତିକୁ ଏକ ଗରମ ମସଲା ରୂପେ ବ୍ୟବଦାର କରାଯାଏ । ଯାହା ଶରୀରକୁ ଗରମ କରିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଥଣ୍ଡାର ପ୍ରଭାବ କମ ହୋଇଥାଏ ।

ରକ୍ତଚାପ ନିୟନ୍ତ୍ରଣ କରିଥାଏ

ଗୁଜୁରାତି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ମନୁଷ୍ୟ ଶରୀରରେ ଅନେକ ରୋଗ ଉଚ୍ଚ ରକ୍ତଚାପ କାରଣରୁ ସୃଷ୍ଟି ହୋଇଥାଏ । ୨-୩ଟି ଗୁଜୁରାତି ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ସାରାଜୀବନ ରକ୍ତଚାପ ନିୟନ୍ତ୍ରଣ ରହିବ ।

ମୁହଁର ଦୁର୍ଗନ୍ଧ ଦୂର କରେ
ଗୁଜରାତି ସ୍ୱାଦ ବଢାଉବା ସହିତ ମାଉଥ ଫ୍ରେସନର ପରି ମଧ୍ୟ କାମ କରିଥାଏ । ଏହାକୁ ଖାଇବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୋଇଥାଏ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ

ଯଦି କୋଷ୍ଠକାଠିନ୍ୟ ସମସ୍ୟା ଥାଏ ତେବେ ଗୁଜୁରାତିକୁ ଖାଇବା କିମ୍ବା ଗୁଜୁରାତିକୁ ପାଣିରେ ଫୁଟାଇ ସେହି ପାଣିକୁ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ପାଚନକ୍ରିୟାକୁ ସହଜ କରିହା ସହିତ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ।