ଅଧିକ ଆଣ୍ଟିବାୟୋଟିକ୍ ବ୍ୟବହାର କରୁଛନ୍ତି କି ? ଆଣ୍ଟିବାୟୋଟିକ୍ କମ୍ କରିବାକୁ ଡାକ୍ତର ବି ଦେଉଛନ୍ତି ପରାମର୍ଶ । ଜାଣନ୍ତୁ କାହିଁକି

ଆଣ୍ଟି ବାୟୋଟିକ୍ କୁ ଆଣ୍ଟିବ୍ୟାକ୍ଟେରିଆଲ ବି କୁହାଯାଏ ।

148

ଆଣ୍ଟିବାୟୋଟିକ୍ ଏକ ଗ୍ରୀକ୍ ଶବ୍ଦ, ଯାହା ଆଣ୍ଟି ଓ ବାୟୋସ୍ ମିଶି କି ହୋଇଛି । ଆଣ୍ଟି ର ଅର୍ଥ ‘ବିରୋଧ’ ଓ ‘ବାୟୋସ’ ର ଅର୍ଥ ଜୀବାଣୁ । ଅର୍ଥାତ୍ ବ୍ୟାକ୍ଟେରିଆକୁ ବିରୋଧ କରୁଥିବା ଜିନିଷ । ଏହା ଜୀବାଣୁର ବିକାଶକୁ ରୋକେ । ବ୍ୟାକ୍ଟେରିଆର ସଂକ୍ରମଣକୁ ରୋକି ତାହାର ଉପଚାରରେ ସହାୟକ ହୁଏ । ଅନ୍ୟ ସୁକ୍ଷ୍ମ ଜୀବ ଠାରୁ ହେଉଥିବା ସଂକ୍ରମଣ ଠାରୁ ଶରୀରକୁ ରକ୍ଷା କରେ । ଏହାର ବ୍ୟବହାର ବି ସଂକ୍ରମଣ ଠାରୁ ବଂଚିବା ପାଇଁ ହିଁ କରାଯାଏ ।

ଆଣ୍ଟିବାୟୋଟିକ୍ କୁ ଆଣ୍ଟିବ୍ୟାକ୍ଟେରିଆଲ ବି କୁହାଯାଏ । ଆମେ ସେତେବେଳେ ରୋଗିଣା ହେଉ, ଯେତେବେଳେ ଶରୀର ଉପରେ ଖରାପ ବ୍ୟାକ୍ଟେରିଆ ଆକ୍ରମଣ କରେ । ସାଧାରଣତଃ ସୁସ୍ଥ ଶରୀର ବ୍ୟାକ୍ଟେରିଆର ସଂକ୍ରମଣକୁ ନଷ୍ଟ କରେ । ନଷ୍ଟ କରିବାର କାମ ରକ୍ତରେ ଥିବା ହ୍ୱାଇଟ୍ ସେଲ୍ସ କରେ । ଯେତେବେଳେ ବ୍ୟାକ୍ଟେରିଆ ସଂକ୍ରମଣ ଅଧିକ ହୋଇଥାଏ ଓ ପ୍ରତିରୋଧକ ତନ୍ତ୍ର ପାଇଁ ଲଢ଼ିବା ମୁସ୍କିଲ ହୋଇଥାଏ । ସେତେବେଳେ ଆପଣ ରୋଗିଣା ହୋଇଯାଆନ୍ତି ଏବଂ ସେତେବେଳେ ଆଣ୍ଟି ବାୟୋଟିକ୍ସର ସହାୟତା ନିଆଯାଏ ।

ଡବ୍ଲୁଏଚଓ ମୁତାବକ, ଭାରତରେ ଅଧିକ ଆଣ୍ଟିବାୟୋଟିକ୍ ଔଷଧ ଦିଆଯାଏ । ଯାହା କାରଣରୁ ଟିବି ରୋଗ ଭୟାବହ ହୋଇଯାଉଛି । ଆକଳନରୁ ଜଣାପଡିଛି ଯେ, ୫୦ ପ୍ରତିଶତରୁ ଅଧିକ ଭାରତୀୟ ଔଷଧର ନକାରାତ୍ମକ ପ୍ରଭାବକୁ ଧ୍ୟାନରେ ରଖନ୍ତିନି । ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍ ଔଷଧ ନିଅନ୍ତି ଭାରତୀୟ । ୨୦୧୦ରେ ଟିବି ର ୪ଲକ୍ଷ ୪୦ ହଜାର ନୂଆ ମାମଲା ସାମନାକୁ ଆସିଥିଲା । ସେମାନଙ୍କ ଉପରେ ଆଣ୍ଟିବାୟୋଟିକ ର ପ୍ରଭାବ ଦେଖା ଦେଇନଥିଲା । ଯାହା କାରଣରୁ ୧.୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା ।

ଆଣ୍ଟିବାୟୋଟିକ୍ ର କୁପ୍ରଭାବ :

• ଜ୍ୱର

• ଆଲର୍ଜି

• ଡ୍ରଗ୍ ରେଜିଷ୍ଟାଣ୍ଟର ବିପଦ

• ଡାଇରିଆ

• ମୁହଁରେ ସଂକ୍ରମଣ

• ପାଚନ ତନ୍ତ୍ର ଦୁର୍ବଳ

• ଯୈାନାଙ୍ଗରେ ସଂକ୍ରମଣ

• କିଡନିରେ ଷ୍ଟୋନ୍

• କିଡନି, ଲିଭର ବ୍ୟତୀତ ମସ୍ତିଷ୍କକୁ ଗମ୍ଭୀର କ୍ଷତି

ଏହି ରୋଗ ପାଇଁ ଆଣ୍ଟିବାୟୋଟିକ୍ ନିଅନ୍ତୁ ନାହିଁ : କାଶ, ସର୍ଦ୍ଦି, ଡେଙ୍ଗୁ. ଚିକନଗୁନିଆ, ଫ୍ଲୁ, ବ୍ରୋଙ୍କାଇଟିସ୍, ଗଳାରେ ସଂକ୍ରମଣ ଓ ଭାଇରାଲ ସଂକ୍ରମଣ ରେ ଏହାର କୈାଣସି ପ୍ରଭାବ ପଡେ ନାହିଁ ।

Comments are closed.