ଦେଶରେ କ୍ୟାନସର ଏବେ ମହାମାରୀର ରୂପ ନେଇଛି । ଭାରତରେ ହୁ ହୁ ହୋଇ ବଢିଚାଲିଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଗତ ୬ ବର୍ଷ ମଧ୍ୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଭାରତରେ ୧୫.୭ ପ୍ରତିଶତ ବଢିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ କ୍ୟାନସର ପ୍ରିଭେନସନ ଆଣ୍ଡ ରିସର୍ଚ୍ଚ ଅନୁଯାୟୀ, ଚଳିତ ବର୍ଷ ଦେଶରେ ୧୧.୫ ଲକ୍ଷ କ୍ୟାନସର ମାମଲା ସାମ୍ନାକୁ ଆସିଛି । ଖାସକରି ଓଠ ଓ ମୁଖ କର୍କଟ ଗତ ୬ ବର୍ଷରେ ୧୧୪ ପ୍ରତିଶତ ବୃଦ୍ଧି ପାଇଛି ।
ମୁଖ କର୍କଟ ଏଭଳି ଏକ କର୍କଟ ଯାହା ମୁହଁର ଯେକୌଣସି ସ୍ଥାନରେ ହୋଇଥାଏ । ଖାସକରି ଓଠ, ଜିଭ, ଗଳା, ଦାନ୍ତ ମାଢି ଭଳି ସ୍ଥାନରେ ହୋଇଥାଏ । ତମାଖୁ ଖାଇବା ମୁଖ କର୍କଟର ସବୁଠୁ କାରଣ ହୋଇଥାଏ । ସିଗାରେଟ ଖାଇବା, ତମାଖୁ ଚୋବାଇବା, ତମ୍ବାକୁ ଶୁଙ୍ଘିବା ଭଳି ସାମଗ୍ରୀ ସାମିଲ ରହିଥାଏ ।
ହାର୍ଟ କେୟାର ଫାଉଣ୍ଡସେନର ସଭାପତି କେ କେ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଭାରତରେ ଏସଏଲଟିର ବ୍ୟବହାର ତମାଖୁ ଜନିତ ରୋଗର ପ୍ରମୁଖ କାରଣ । ଯେଉଁଥିପାଇଁ ମାଉଥ କ୍ୟାବିଟି, ଇସୋଫେଗସ୍ ଓ ପାନକ୍ରିଆସ କ୍ୟାନସର ହୋଇଥାଏ ।
କ୍ୟାନସରରୁ ବଞ୍ଚିବା ପାଇଁ କଣ କରିବା ଆବଶ୍ୟକ :
ତମ୍ବାକୁର ବ୍ୟବହାର କରିବା ଅନୁଚିତ । ଯଦି ତମାଖୁ ସେବନ କରୁଥାନ୍ତି ତେବେ ଏହାକୁ ତୁରନ୍ତ ଛାଡନ୍ତୁ
ଆଲକୋହଲରୁ ଦୂରେଇ ରୁହନ୍ତୁ ।ଏପରିକି ଅଧିକ ସମୟ ଧରି ସୂର୍ଯ୍ୟ କିରଣରୁ ଦୂରେଇ ରୁହନ୍ତୁ
ସୂର୍ଯ୍ୟ କିରଣକୁ ଯିବା ପୂର୍ବରୁ ୩୦ କିମ୍ବା ଏହାଠାରୁ ଅଧିକ ଏସପିଏଫର ଲିପବାମର ବ୍ୟବହାର କରନ୍ତୁ
ଜଙ୍କ୍ ଫୁଡରୁ ଦୂରେଇ ରୁହନ୍ତୁ
ସତେଜ ପନିପରିବା, ଫଳ ନିୟମିତ ଖାଆନ୍ତୁ
ଏହାଛଡା ଧ୍ରୁମପାନ କରିବାକୁ କେବେ ଓ କାହିଁକି ଅଧିକ ଇଚ୍ଛା ହୋଇଥାଏ ତାହା ଜାଣିବାକୁ ଚେଷ୍ଟା କରନ୍ତୁ । ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ପ୍ରୟାସ କରନ୍ତୁ । ଧୂମ୍ରପାନ କରିବାକୁ ଇଚ୍ଛା ହେଉଥିଲେ ସୁଗାରଲେସ ଗମ୍, ହାର୍ଡ କ୍ୟାଣ୍ଡି, କଞ୍ଚା ଗାଜର, ବାଦାମ କିମ୍ବା ସୂର୍ଯ୍ୟମୁଖୀ ମଞ୍ଜି ଚୋବାନ୍ତୁ । ଏହାଦ୍ୱାରା ଧୀରେ ଧୀରେ ଧୂମ୍ରପାନ କରିବାର ଇଚ୍ଛା ଆପେ ଆପେ କମିଯିବ । ଏପରିକି ସିଢିରେ ବାରମ୍ବାର ଉପରୁ ତଳକୁ ଓ ତଳୁ ଉପରକୁ ଉଠିବା ଦ୍ୱାରା ମଧ୍ୟ ତମାଖୁ ସେବନର ଇଚ୍ଛା କମିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/lung-cancer-cell-dividing-article.__v80030169.jpg)