ରେଡ୍ କାର୍ପେଟରେ କିଏ ଏହି ମହିଳା ? ଜାଣନ୍ତୁ ମୋଦି-ଟ୍ରମ୍ପ-ମେଲାନିଆଙ୍କ ସହ ନଜର ଆସୁଥିବା ଏହି ମହିଳାଙ୍କ ପରିଚୟ ।

14,301

କନକ ବ୍ୟୁରୋ : ଗୁଜରାଟ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେ ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାଙ୍କ ସ୍ୱତନ୍ତ୍ର ବିମାନ ପହଂଚିଥିଲା, ସେତେବେଳେ ଉତ୍ସାହିତ ହୋଇଉଠିଥିଲା ଭାରତ । ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରକୁ ନିଜେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରମ୍ପଙ୍କ ସାଙ୍ଗରେ ଥିଲେ ପତ୍ନୀ ମେଲାନିଆ । ତେବେ ରେଡ୍ କାର୍ପେଟରେ ଟ୍ରମ୍ପ ଦମ୍ପତି ଏବଂ ମୋଦିଙ୍କ ସମେତ ନଜର ଆସିଥିଲେ ଆଉ ଜଣେ ମହିଳା । ଯାହାଙ୍କୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା ।

କିଏ ଏହି ମହିଳା ? କ’ଣ ତାଙ୍କ ପରିଚୟ ? ଏହି ମହିଳାଙ୍କ ନାଁ ହେଉଛି ଗୁରଦୀପ କୌର ଚାୱଲା । ଗୁରଦୀପ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅନୁବାଦକ ଭାବେ କାମ କରନ୍ତି । ଆଉ ଏବେ ସେ ଆମେରିକାନ୍ ଟ୍ରାନ୍ସଲେଟର ଆସୋସିଏସନର ମେମ୍ବର ମଧ୍ୟ ଅଛନ୍ତି ।

ଯେତେବେଳେ ମୋଦି ବିଦେଶ ଗସ୍ତ କରିଥାନ୍ତି, ଆଉ ହିନ୍ଦୀରେ ନିଜ ଅଭିଭାଷଣ ରଖନ୍ତି, ସେତେବେଳେ ମୋଦିଙ୍କ ଭାଷଣର ଇଂରାଜୀ ଅନୁବାଦ କରିଥାନ୍ତି ଗୁରଦୀପ । କେବଳ ଏତିକି ନୁହେଁ ବିଦେଶରୁ କୌଣସି ନେତା ଭାରତକୁ ଆସିଲେ, ସେତେବେଳେ ମଧ୍ୟ ନଜର ଆସିଥାନ୍ତି ଗୁରଦୀପ ।

୧୯୯୦ରେ ଭାରତୀୟ ସଂସଦରେ ନିିଜର ଏହି କ୍ୟାରିୟର ଆରମ୍ଭ କରିଥିଲେ ଗୁରଦୀପ । କିନ୍ତୁ କିଛି ଦିନ ପରେ ନିଜ ସ୍ୱାମୀଙ୍କ ସହ ସେ ଆମେରିକା ସିିଫ୍ଟ ହୋଇଯାଇଥିଲେ । ୨୦୧୦ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଅନୁବାଦକ ଭାବେ ତାଙ୍କ ସହ ଭାରତ ଆସିଥିଲେ ଗୁରଦୀପ । ସେହିପରି ୨୦୧୪ରେ ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଓବାମାଙ୍କ ଭେଟ ସମୟରେ ମଧ୍ୟ ଅନୁବାଦକ ଭାବେ ସେ କାର୍ଯ୍ୟ କରିଥିଲେ । ଗୁରଦୀପ କୌରଙ୍କୁ ସବୁ ଭାଷାର ଜ୍ଞାନ ରହିଛି । ଆଉ ଏହି କାରଣରୁ ସାରା ବିଶ୍ୱରେ ତାଙ୍କୁ ଜଣେ ଭଲ ଅନୁବାଦକ ଭାବେ ମଧ୍ୟ ଜଣାଯାଇଥାଏ ।