ପ୍ରଧାନମନ୍ତ୍ରୀ ପେନସନ୍ ଯୋଜନା : କେଉଁ ଚାଷୀଙ୍କୁ ମିଳିବ ୩୦୦୦ ଟଙ୍କା ଆଉ କିଏ ଉଠାଇପାରିବେନି ଯୋଜନାର ଲାଭ ? ଗୋଟିଏ କ୍ଲିକ୍ ରେ ଜାଣନ୍ତୁ ଯୋଜନା ସହ ଜଡିତ ଥିବା ସମ୍ପୁର୍ଣ୍ଣ ଖବର ।

4,223

ପ୍ରଧାନମନ୍ତ୍ରୀ କିଶାନ୍ ମାନଧନ ଯୋଜନା ଅର୍ଥାତ୍ ପେନସନ୍ ସ୍କିମ୍ ଅନ୍ତର୍ଗତ ଦେଶର ପାଖାପାଖି ୧୨ କୋଟି ଚାଷୀ ଏହି ଯୋଜନାରେ ଆସୁଛନ୍ତି । ପ୍ରଥମ ଚରଣରେ ୫ କୋଟି କୃଷକଙ୍କୁ ଏହାର ଲାଭ ମିଳିବ । କିନ୍ତୁ ଏହା ବି ସତ ଯେ କିଛି ଚାଷୀ ଏହି ଯୋଜନାର ଲାଭ ଉଠାଇ ପାରିବେନାହିଁ । କୃଷି ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁସାରେ କିଶାନ୍ ପେନସନ୍ ସ୍କିମ୍ କିଛି ସର୍ତ୍ତ କରାଯାଇଛି । ଏହି ଯୋଜନାରେ ୬୦ ବର୍ଷ ବୟସରେ ୩୦୦୦ ଟଙ୍କାର ପେନସନ୍ ମିଳିବ । ଏହି ସ୍କିମରେ କେବଳ ୨ ହେକ୍ଟର କୃଷି ଯୋଗ୍ୟ ଥିବା ଜମିର ମାଲିକ ଏବଂ ଲଘୁ ଓ ସୀମାନ୍ତ ଚାଷୀ ହିଁ ଏହାର ଲାଭ ଉଠାଇପାରିବେ । ୨ ହେକ୍ଟରରୁ ଅଧିକ କୃଷି ଯୋଗ୍ୟ ଜମି ଥିବା ଚାଷୀଙ୍କୁ ଏହାର ଲାଭ ମିଳିବ ନାହିଁ । ପେନସନ୍ ସ୍କିମ୍ ରେ ଚାକିରିଆଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।

୧ . ରାଷ୍ଟ୍ରୀୟ ପେନସନ୍ ଯୋଜନା,କର୍ମଚାରୀ ରାଜ୍ୟ ବୀମା ନିଗମ ଯୋଜନା, କର୍ମଚାରୀ ଭବିଷ୍ୟ ନିଧି ଯୋଜନା ଆଦି ଅନ୍ୟ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଆସୁଥିବା ଲଘୁ ଏବଂ ସୀମାନ୍ତ ଚାଷୀ । ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ସଞ୍ଚାଳିତ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନ ଧନ ଯୋଜନା ପାଇଁ ବିକଳ୍ପ ଚୟନ କରିଛନ୍ତି । ଆର୍ଥୀକ ସ୍ୱଚ୍ଛଳତା ମଧ୍ୟରେ ଆସୁଥିବା କୃଷକଙ୍କୁ ଏହି ଲାଭ ମିଳିବ ନାହିଁ ।

୨ . ଉଭୟ ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ସାମ୍ବିଧାନିକ ପଦବୀ ପ୍ରାପ୍ତ ବ୍ୟକ୍ତି ।

୩ . ଉଭୟ ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ମନ୍ତ୍ରୀ / ରାଜ୍ୟମନ୍ତ୍ରୀ , ଏବଂ ଉଭୟ ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ଲୋକସଭା /ରାଜ୍ୟସଭା , ରାଜ୍ୟ ବିଧାସ ପରିଷଦର ସଦସ୍ୟ, ପୂର୍ବ ମେୟର୍ ଏବଂ ଜିଲ୍ଲା ପଞ୍ଚାୟତଙ୍କୁ ଏହି ଲାଭ ମିଳିବ ନାହିଁ ।

୪ . ଗତବର୍ଷ ସଠିକ୍ ସମୟରେ ଆୟକର ଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଲାଭ ମିଳିବ ନାହିଁ ।

୫ . ଡାକ୍ତର,ଇଞ୍ଜିନିୟର୍ , ଓକିଲ ଭଳି ଚାକିରୀ କରୁଥିବା ବ୍ୟକ୍ତିିବିଶେଷ ଏଭଳି ସ୍କିମ୍ ର ଲାଭ ଉଠାଇପାରିବେ ନାହିଁ ।

କେନ୍ଦ୍ର କୃଷି ମନ୍ତ୍ରାଳୟର ସଂଯୁକ୍ତ ସଚିବ ରାଜବୀର ସିଂହଙ୍କ ମୁତାବକ ଏହି ଯୋଜନାରେ ରେଜିଷ୍ଟ୍ରେସନ୍ କରିବା ପାଇଁ କୌଣସି ଟଙ୍କା ଲାଗିବ ନାହିଁ । କୌଣସି ଚାଷୀ ଏହି ଯୋଜନା ମାଧ୍ୟମରେ ଲାଭ ପାଉଥିଲେ ତାଙ୍କ ଠାରୁ କୌଣସି ଦସ୍ତାବିଜ୍ ମଗାଯିବ ନାହିଁ । ଯଦି କୌଣସି କୃଷକ ମଧ୍ୟଭାଗରୁ ସ୍କିମ୍ ଛାଡିବାକୁ ଚାହୁଁଥାନ୍ତି ତେବେ ତାଙ୍କ ବାକି ଟଙ୍କା ବୁଡିବ ନାହିଁ ।