‘ପାକିସ୍ତାନ ଜିନ୍ଦାବାଦ’ର ନାରା ଦେଇଥିବା ଏହି ଯୁବତୀ ଜଣଙ୍କ କିଏ ? କ’ଣ ତାଙ୍କ ପରିଚୟ ?

1,396

କନକ ବ୍ୟୁରୋ : ବେଙ୍ଗାଲୁରୁରେ ଏମଆଇଏମଆଇଏମ୍ ନେତା ଅସଉଦ୍ଦିନ୍ ଓୱେସୀଙ୍କ ନାଗରିକତା ସଂଶୋଧନ ଆଇନ ବିରୋଧୀ ମଂଚରେ ପାକିସ୍ତାନ ଜିନ୍ଦାବାଦର ନାରା ଦେଇଥିଲେ ଜଣେ ଯୁବତୀ । ଏହା ଶୁଣିବା ମାତ୍ରେ, ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, କିଏ ଏହି ଯୁବତୀ ? କଣ ତାଙ୍କ ପରିଚୟ ?

ଗତ ଗୁରୁବାର ‘ପାକିସ୍ତାନ ଜିନ୍ଦାବାଦ’ ନାରା ଦେଇଥିଲେ ଯୁବତୀ ଜଣଙ୍କ । ଓୱେସୀଙ୍କ ମଂଚରେ ଦେଶ ବିରୋଧୀ ନାରା ଦେଇଥିବା ଏହି ଯୁବତୀଙ୍କ ନାମ ହେଉଛି ଅମୂଲ୍ୟା ଲିୟୋନ । ସେ ଏବେ ବାଙ୍ଗାଲୋରର ଏନଏମକେଆରଭି କଲେଜରେ ସାମ୍ବାଦିକତାରେ ବିଏ କରୁଛନ୍ତି । ୧୯ ବର୍ଷୀୟ ଅମୂଲ୍ୟାଙ୍କ ଘର ହେଉଛି କର୍ଣ୍ଣାଟକରେ ।

ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଜାମିନ୍ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଓୱେସୀଙ୍କ ମଂଚରେ କହିବା ପାଇଁ ଆସିବା ସମୟରେ ଦେଶବିରୋଧୀ ନାରା ଦେଇଥିଲେ ଲିୟୋନ୍ । ପାକିସ୍ତାନ ସପକ୍ଷରେ ନାରା ଦେବା ମାତ୍ରେ ତାଙ୍କ ଠାରୁ ମାଇକ୍ରୋଫୋନ୍ ଛଡାଇ ନେବାକୁ ହୋଇଥିଲା ଉଦ୍ୟମ । ମଂଚ ଉପରେ ଯୁବତୀଙ୍କୁ ଘେରି ଯାଇଥିଲେ ଓୱେସୀଙ୍କ ସମର୍ଥକ । ମଂଚରେ ନିଜେ ଓୱେସୀ ଥିଲେ, ତାଙ୍କର ଭାଇ ବି ଥିଲେ ।