ଆଉ ହାତରେ ମାତ୍ର ୨ ଦିନ ! ମହଙ୍ଗା ହୋଇଯିବ ମୋବାଇଲ ଫୋନ,ଟିଭି, କାର ଭଳି ଅନେକ ଜିନିଷ, ଜାଣନ୍ତୁ ଶସ୍ତା ହେବ କେଉଁ ଜିନିଷ

59

କନକ ବ୍ୟୁରୋ : ଚଳିତ ଆର୍ଥିିକ ବର୍ଷ ପାଇଁ ବଜେଟ ଘୋଷଣା ପରେ ବହୁ ଜିନିଷର ମୂଲ୍ୟ ଆର୍ଥିକ ବର୍ଷର ଆରମ୍ଭ ଅର୍ଥାତ ଏପ୍ରିଲ ୧ ତାରିଖରୁ ବଦଳିଯିବ । ଏପରିକି ବିଭିନ୍ନ ସାମଗ୍ରୀ ଶସ୍ତା ହେବାକୁ ଥିବା ବେଳେ କିଛି ସାମଗ୍ରୀର ଦର ବୃଦ୍ଧି ପାଇବ । ଏପ୍ରିଲ ପହିଲାକୁ ଆଉ ମାତ୍ର ୨ ଦିନ ବାକି ଥିବା ବାକି ଅଛି । ଏହାପରେ ନୂଆ ଆର୍ଥିକ ବର୍ଷରେ ନୂଆ ନିୟମ ଲାଗୁ ହେବ । ତେଣୁ ଏଭଳି ସ୍ଥିତିରେ କେଉଁ ଜିନିଷ ମହଙ୍ଗା ଓ କେଉଁ ଜିନିଷ ଶସ୍ତା ହେବ ତାହା ଆସନ୍ତୁ ଜାଣିବା ।

ଟିଭି ଓ ସ୍ମାର୍ଟଫୋନ : ଚଳିତ ସାଧାରଣ ବଜେଟରେ କଷ୍ଟମ ଡ୍ୟୁଟି ବଢିଯିବା କାରଣରୁ ବିଦେଶୀ ମୋବାଇଲ ଓ ଟିଭି ଭଳି ଇଲୋକଟ୍ରନିକ ଜିନିଷ ମହଙ୍ଗା ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ହିଁ ମୋବାଇଲ ଓ ଟିଭି କିଣିନିଅନ୍ତୁ । ଏହାଛଡା କାର ଓ ମୋଟରସାଇକେଲର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବ ।

ନିତ୍ୟ ବ୍ୟବହୃତ ଜରୁରୀ ଜିନିଷ : ଚଳିତ ବଜେଟ ସାଧାରଣ ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ବିଭିନ୍ନ ଔଷଧ, ମୋବାଇଲ ଚାର୍ଜର, ଆରଓ, ଲୁଣ ଦିଆସିଲି, ଏଲଇଡି ଓ ଅନ୍ୟାନ୍ୟ ଜିନିଷ ଯେପରିକି ସିଲଭର ଫଏଲ ଓ ଦେଶ ଭିତରେ ତିଆରି ହେଉଥିବା ହୀର ମହଙ୍ଗା ହେବ ବୋଲି ଜଣା ପଡିଛି ।

ଜୋତା, ଚଷମା ଓ ଅନ୍ୟାନ୍ୟ ଜିନିଷ : ଚମଡା ଜୋତା, ଚମଡା ଜିନିଷ, ଅତର, ଆଫ୍ଟରସେଭ, ଡିଓଡ୍ରାଣ୍ଟ, ସ୍ମାର୍ଟୱାଚ, ଜୋତା,ଚଷମା ଭଳି ପ୍ରସାଧାନ ସାମଗ୍ରୀ ମହଙ୍ଗା ହେବ । ତେଣୁ ନୂଆ ଦର ଲାଗିବା ପୂର୍ବରୁ ଏହି ସାମଗ୍ରୀ କିଣି ପଇସା ବଞ୍ଚାଇପାରିବେ ।

ତମାଖୁ : ବିିଭିନ୍ନ ତମାଖୁ ଜାତୀୟ ଜିନିଷର ମୂଲ୍ୟ ଏପ୍ରିଲ ୧ ତାରିଖରୁ ବୃଦ୍ଧି ପାଇବାକୁ ଯାଉଛି । ସିଗାରେଟ, ସିଗାରେଟ ଲାଇଟର, ଜର୍ଦ୍ଦା, ଖଇନି ଓ ବିଡି ଭଳି ତମାକୁ ଜାତୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବ ।

ଅନଲାଇନ ଟିକେଟ : ସରକାର ଚଳିତ ବଜେଟରେ ରେଳ ଇ-ଟିକେଟରେ ସର୍ଭିସ ଟ୍ୟାକ୍ସ ଛାଡ କରିବାକୁ ଘୋଷଣା କରିଛନ୍ତି । ଏହଦ୍ୱାରା ଅନଲାଇନରେ ରେଳ ଟିକେଟ କରୁଥିବା ଯାତ୍ରୀ ଏପ୍ରିଲ ୧ ପରଠାରୁ ରେଳ ଟିକେଟ ଶସ୍ତାରେ ପାଇପାରିବେ ।

ଅନଲାଇନ ନେଣଦେଣ : ସରକାର ଏବେ ଡିଜିଟାଲ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି କ୍ୟାସଲେସ ଟ୍ରାଞ୍ଜାକସନ ବା ଅନଲାଇନ ନେଣଦେଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଏହି କାରଣରୁ ନୂଆ ଆର୍ଥିକ ବର୍ଷରୁ ପିଓଏସ ବା ପଏଣ୍ଟ ଅଫ୍ ସେଲ୍ ମେସିନ ଶସ୍ତା ହେବାକୁ ଯାଉଛି ।