ଛୋଟ ଛୋଟ ବିଲ୍ ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି କି? ପଡିପାରେ ମହଙ୍ଗା

75

କନକ ବ୍ୟୁରୋ : ବଦଳୁଛି ଭାରତୀୟ ବଜାରର ଢାଞ୍ଚା । ଭାରତୀୟ ବଜାରକୁ କ୍ୟାସଲେସ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଆହ୍ୱାନ କରୁଛନ୍ତି । ଏପରିକି କ୍ୟାସଲେସ କାରାବାର କରିବା ପାଇଁ ସରକାରଙ୍କ ତରଫରୁ ଲୋକମାନଙ୍କୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦିଆ ଯାଉଛି । ଫଳରେ ଅଧିକ ସଂଖ୍ୟକ ଲୋକ ଏବେ ଜିନିଷ କିଣିବା ବେଳେ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡର ବ୍ୟବହାର କରୁଛନ୍ତି । ଯଦି ଡେବିଟ କାର୍ଡ ବ୍ୟବହାର କରୁଛନ୍ତି ତ ଠିକ୍ ଅଛି ମାତ୍ର ଛୋଟ ଛୋଟ କ୍ଷେତ୍ରରେ କ୍ରେଡିଟ କାର୍ଡ ବ୍ୟବହାର କରିବା ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ କରିପାରେ ।

ଛୋଟ ଛୋଟ ଖର୍ଚ୍ଚ ପାଇଁ କ୍ରେଡିଟ କାର୍ଡ ବ୍ୟବହାର କରନ୍ତୁ ନାହିଁ: ଅନେକ ସମୟରେ ରେଷ୍ଟୁରାଣ୍ଟ, ସପିଂ ମଲରେ ବିଲ୍ ଦେବା ସମୟରେ ଲୋକମାନେ କ୍ରେଡିଟ କାର୍ଡର ବ୍ୟବହାର କରିଥାନ୍ତି । କିନ୍ତୁ ଅଜାଣତରେ ଏହା ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ କରିଥାଏ । ପ୍ରଥମତଃ ଏଭଳି ସ୍ଥାନରେ କ୍ରେଡିଟ କାର୍ଡ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପ୍ରେରିତ କରିଥାଏ । ତାଛଡା ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ଟଙ୍କା ଠାରୁ କମ୍ ମୂଲ୍ୟର ବିଲ ପାଇଁ କ୍ରେଡିଟ କାର୍ଡ ବ୍ୟବହାର କଲେ ୨%ରୁ ଅଧିକ ପ୍ରୋସେସିଙ୍ଗ ଫି ଦେବାକୁ ପଡିଥାଏ । ଏହାଦ୍ୱାରା ଆପଣଙ୍କ ବିଲ୍ ଉପରେ ଆବଶ୍ୟକତା ଠାରୁ ଅଧିକ ଟିକସ ଲାଗିଥାଏ ।

ଋଣ ପରିଶୋଧ ସମୟରେ : ନଗଦ ଟଙ୍କା ବଦଳରେ ଯଦି ଋଣ ଶୁଝିବାକୁ କ୍ରେଡିଟ କାର୍ଡର ବ୍ୟବହାର କରୁଛନ୍ତି ତେବେ  ଏଭଳି ଅଭ୍ୟାସରୁ ଦୂରେଇ ରୁହନ୍ତୁ । ଏହାଦ୍ୱାରା ଆପଣ ନେଇଥିବା ଋଣ ପାଇଁ ଟିକସ ତ ଦେଇଥାନ୍ତି ତା ସଙ୍ଗେ ସଙ୍ଗେ କ୍ରେଡିଟ କାର୍ଡ ବିଲ୍ ଉପରେ ମଧ୍ୟ ଅତ୍ୟଧିକ ଟିକସ ଦେବାକୁ ପଡିଥାଏ ।

ମେଡିକାଲ ବିଲ : ଅନେକ ସମୟରେ ମେଡିକାଲ ବିଲ ଦେବା ସମୟରେ ଲୋକମାନେ କ୍ରେଡିଟ କାର୍ଡ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ଆପଣଙ୍କୁ ମହଙ୍ଗା ପଡିପାରେ । ଯଦି ମେଡିକାଲ ବିଲ୍ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥାନ୍ତି ତେବେ ଯଥାସମ୍ଭବ କ୍ରେଡିଟ୍ କାର୍ଡ ବିଲ୍ ଶୁଝି ଦିଅନ୍ତୁ । ଯଦି ଆପଣ ବିଲ୍ ଶୁଝିବାରେ ଡେରି କରନ୍ତି ତେବେ ଆପଣଙ୍କୁ ଅଧିକ ଟିକସ ଦେବାକୁ ପଡିଥାଏ ।

ଘରଭଡା : ଘରର ଛୋଟ ଛୋଟ ବିଲ ଯେପରିକି ( ବିଜୁଳି, ପାଣି, ଫୋନ) ବିଲ ଦେବା ପାଇଁ କ୍ରେଡିଟ କାର୍ଡର ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ କ୍ରେଡିଟ କାର୍ଡ ବିଲ୍ ଉପରେ ଆବଶ୍ୟକତାରୁ ଅଧିକ ଟିକସ ଲାଗିଥାଏ ।

ପ୍ରେଟୋଲ ପମ୍ପ : ପେଟ୍ରୋଲକୁ ଜିଏସଟି ଅର୍ନ୍ତଭୁକ୍ତ କରାଯାଇନଥିଲେ ମଧ୍ୟ ପେଟ୍ରୋଲ ପକାଇବା ବେଳେ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତୁ ନାହିଁ । କାରଣ ପେଟ୍ରୋଲକୁ ଜିଏସଟି ଅର୍ନ୍ତଭୁକ୍ତ କରାଯାଇନି ସତ ମାତ୍ର କ୍ରେଡିଟ କାର୍ଡର ଆଉଟ ଷ୍ଟାଣ୍ଡିଙ୍ଗ ବିଲ୍ ଉପରେ ଆପଣଙ୍କୁ ୧୮% ଟ୍ୟାକ୍ସ ଦେବାକୁ ପଡିଥାଏ ।